fbpx

Lung Cancer: ସାବଧାନ୍! ସିଗାରେଟ୍ ଏବଂ ବିଡି ନଟାଣିଲେ ବି ହେଉଛି ଫୁସଫୁସ କର୍କଟ, ଜାଣନ୍ତୁ ଏହାର କାରଣ

ଯେଉଁମାନେ ସିଗାରେଟ୍ ଏବଂ ବିଡି୍ ନଟାଣନ୍ତି, ସେମାନେ ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଛି । ଏହା ଜଣାପଡିଛି ଯେ, ଭାରତରେ ଫୁସଫୁସ ସମ୍ବନ୍ଧୀୟ ସମସ୍ୟାର ଜେନେଟିକ୍ ମଧ୍ୟ ଏକ ପ୍ରମୁଖ କାରଣ ।

ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ବହୁ ସଂଖ୍ୟକ ଲୋକ ଧୂମପାନ କରୁନାହାଁନ୍ତି, କିନ୍ତୁ ଫୁସଫୁସ କର୍କଟ ରୋଗର ଶିକାର ହେଉଛନ୍ତି । ବାୟୁ ପ୍ରଦୂଷଣ ମଧ୍ୟ ଫୁସଫୁସ କର୍କଟର ଏକ ପ୍ରମୁଖ କାରଣ ।

ବାୟୁ ପ୍ରଦୂଷଣ ହେତୁ ଫୁସଫୁସ କର୍କଟ ଆଶଙ୍କା :-
ଅନୁସନ୍ଧାନକାରୀମାନେ ବିଭିନ୍ନ ପ୍ରକାରର ଅଧ୍ୟୟନରେ ପାଇଛନ୍ତି ଯେ ବାୟୁ ପ୍ରଦୂଷଣ ଏବଂ ଅନ୍ୟାନ୍ୟ ପରିବେଶ କାରକ କିପରି ଫୁସଫୁସ କର୍କଟ ବୃଦ୍ଧି କରୁଛି । ଦ ଲାନସେଟର କ୍ଲିନିକାଲ୍ ମେଡିସିନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଦକ୍ଷିଣ-ପୂର୍ବ ଏସିଆରେ ଉପଲବ୍ଧ ତଥ୍ୟର ସମୀକ୍ଷା କରିବା ପରେ ଜଣାପଡିଛି ଯେ ଭାରତରେ ଫୁସଫୁସ କର୍କଟରେ ପୀଡିତ ଅଧିକାଂଶ ଲୋକ ସିଗାରେଟ୍, ବିଡି କିମ୍ବା କୌଣସି ପ୍ରକାର ଧୂମପାନ କରୁନାହାଁନ୍ତି ।

ଧୂମପାନକାରୀଙ୍କ କର୍କଟ ହେବାର ଆଶଙ୍କା ଦ୍ୱିଗୁଣିତ ହୋଇଥାଏ :-
ଏହି ଅଧ୍ୟୟନରେ ୨୦୨୨ ର ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟକୁ ଦର୍ଶାଇ ଅନୁସନ୍ଧାନକାରୀ କହିଛନ୍ତି ଯେ, ଦୁନିଆର ୪୦ ଟି ପ୍ରଦୂଷିତ ସହର ମଧ୍ୟରୁ ୩୭ ଟି ଦକ୍ଷିଣ ଏସିଆରେ ଅଛି । ସେଥିମଧ୍ୟରୁ ୪ ଟି ଭାରତରେ ରହିଛି । ଏହା ପ୍ରମାଣ କରେ ଯେ ଧୂମପାନ ଫୁସଫୁସ କର୍କଟ ହେବାର ଆଶଙ୍କା ଦ୍ୱିଗୁଣିତ କରେ । ଯେଉଁମାନେ ଧୂମପାନ ନକରନ୍ତି ନାହିଁ, ସେମାନଙ୍କଠାରେ ଖରାପ ବାୟୁ ଏବଂ ଅନେକ ପରିବେଶ କାରକ କର୍କଟ ସୃଷ୍ଟି କରେ ।

Get real time updates directly on you device, subscribe now.