ଭୁବନେଶ୍ୱରରେ ବି. ଟାଉନ ସୁନ୍ଦରୀ ମାଧୁରୀ ଦୀକ୍ଷିତ, EKTA କାର୍ଯ୍ୟକ୍ରମର କଲେ ଉଦ୍ଘାଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଲିଉଡର ଧକ୍ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ । ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାଧୁରୀ ।

ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟପାଳ ଓ ସ୍ୱତନ୍ତ୍ର ଅତିଥି ଭାବେ ମାଧୁରୀ ଯୋଗ ଦେଇଛନ୍ତି ।

ଓଡ଼ିଶା ହସ୍ତତନ୍ତର ବ୍ରଣ୍ଡ ଆମ୍ବାସଡର ରହିଛନ୍ତି ମାଧୁରୀ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ମେଳା ଲାଗି ରହିଛି । ବାହାର ରାଜ୍ୟର ବୁଣାକାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ହସ୍ତତନ୍ତକୁ ନେଇ ବୁଣାକାରମାନଙ୍କ ମଧ୍ୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ କରାଯିବ । ରାଜ୍ୟ ଓ ରାଜଚ୍ୟ ବାହାରୁ ବହୁ ବୁଣାକାର ମେଳାରେ ଷ୍ଟଲ ଖୋଲିଛନ୍ତି ।

ହସ୍ତତନ୍ତ କଳା, କୌଶଳକୁ ବିକଶିତ କରିବା ସହ ଅନେକଙ୍କୁ ପୁରସ୍କୃତ ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।