ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ମସାଲ ଶୋଭାଯାତ୍ରା ବେଳେ ବଡ ଦୁର୍ଘଟଣା । ଜଳୁଥିବା ମଶାଲରେ ତେଲ ପକାଇବା ବେଳେ ଘଟିଲା ଅଘଟଣ । ନିଆଁ ଚାରିଆଡେ ବ୍ୟାପିଯିବା କାରଣରୁ 50 ଜଣ ଲୋକ ଜଳିଯାଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 12ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି । 26/11 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଏହି ଦୁର୍ଘଟଣା ହୋଇଛି । ଗୁରୁବାର ରାତିରେ ଖଣ୍ଡଓ୍ବାର ଘଣ୍ଟାଧର ଚୌକ ନିକଟରେ ଶୋଭାଯାତ୍ରାର ଆୟୋଜନ କରାଯାଉଥିବା ଏହି ଦୁର୍ଘଟଣା ହୋଇଛି । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ସମୟର ଭିଡିଓ ମଧ୍ୟା ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଭିଡିଓରେ ଦେଖାଯାଇଛି ଯେ, ଲୋକମାନେ ଦ୍ରୁତ ଗତିରେ ଦୌଡୁଛନ୍ତି । ଖବର ପାଇଁ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖଣ୍ଡୱା ଏସପି ମନୋଜ ରାୟ କହିଛନ୍ତି ଯେ ଏହା ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଥିଲା । ଯେତେବେଳେ ଘଣ୍ଟାଘର ଟାୱାରରେ ପ୍ରୋଗ୍ରାମ ଶେଷ ହେଉଥିଲା, ଏହି ସମୟରେ ତେଲ ଢାଳିବା ପରେ ଆଖପାଖ ଅଞ୍ଚଳ ପୁରା ଜଳିଯାଇଥିଲା । ଏହି କାରଣରୁ, ଏକ ବୃତ୍ତରେ ଠିଆ ହୋଇଥିବା ଲୋକମାନେ ଜଳି ଯାଇଥିଲେ । ଏଥିରେ ମହିଳା ଏବଂ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି । ଅଧିକାଂଶ ଲୋକଙ୍କ ମୁହଁ ଓ ହାତ ଜଳି ଯାଇଛି । 50 ଜଣଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ସେଥିମଧ୍ୟରୁ 12 ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ବାକିମାନଙ୍କୁ ପ୍ରଥମ ଚିକିତ୍ସା ପରେ ଘରକୁ ପଠାଯାଇଛି ।