fbpx

ଟ୍ରେନ ହେଲା ଦୁଇଫାଳ: ସୌଭାଗ୍ୟକୁ ସମସ୍ତ ଯାତ୍ରୀ ସୁରକ୍ଷିତ

ପାଟନା: ବିହାରର ରାଜଧାନୀ ପାଟନା ଯାଉଥିବା ମଗଧ ସୁପରଫାଷ୍ଟ ଏକ୍ସପ୍ରେସ ରବିବାର ଦିନ ଯାତ୍ରା କାଳରେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି । ଟ୍ରେନର ଡବା ଓ ଇଞ୍ଜିନ ପରସ୍ପରଠାରୁ ଅଲଗା ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହେବାର କୌଣସି ଖବର ନାହିଁ ।

ରବିବାର ମଗଧ ସୁପରଫାଷ୍ଟ ଏକ୍ସପ୍ରେସ ପାଟନା ଯାଉଥିଲା । ବକ୍ସର-ଦିନଦୟାଲ ଉପାଧ୍ୟାୟ ଓ ପାଟନା ଷ୍ଟେସନ ମଝିରେ ହଠାତ ଟ୍ରେନର ଡବା ଓ ଇଞ୍ଜିନ ପରସ୍ପରଠାରୁ ଅଲଗା ହୋଇଯାଇଥିଲା । ଏହା ପରେ ଟ୍ରେନକୁ କିଛି ଦୂରରେ ଅଟକାଇ ଦିଆଯାଇଥିଲା । ଏହି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ସଂଚାର ହୋଇଥିଲା । ତେବେ ଏହି ଦୁର୍ଘଟଣା କେମିତି ହେଲା ତାର କାରଣ ଜଣାପଡି ନାହିଁ । ଏଥିସହ ସୌଭାଗ୍ୟକୁ ଏଥିରେ କେହି ମୃତାହତ ହୋଇନାହାନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହା ପୂର୍ବରୁ ଶନିବାର ଦିନ ମଧ୍ୟପ୍ରଦେଶରେ ଏକ ଟ୍ରେନ ଦୁର୍ଘଟଣା ହୋଇଥିଲ।। ଶନିବାର ସକାଳୁ ଇନ୍ଦୌର-ଜବଲପୁର ଏକ୍ସପ୍ରେସ ଟ୍ରେନର ଦୁଇଟି ଡବା ଲାଇନଚ୍ୟୁତ ହୋଇଥିଲା । ଏଥିରେ ମଧ୍ୟ କେହି ହତାହତ ହୋଇନଥିଲେ ।

ଜବଲପୁରଷ୍ଟେସନ ପଶ୍ଚିମ ମଧ୍ୟ ରେଳବାଇ ଅଧୀନରେ ଆସିଥାଏ । ଇନ୍ଦୌର-ଜବଲପୁର ସୁପରଫାଷ୍ଟ ଏକ୍ସପ୍ରେସ ୨୨୧୯୧ ଜବଲପୁର ଷ୍ଟେସନର ପ୍ଲାଟଫର୍ମ ୬ରେ ପହଞ୍ଚିବା ବେଳକୁ ଟ୍ରେନର ଦୁଇଟି ଡବା ଲାଇନଚ୍ୟୁତ ହୋଇଥିଲା । ଦୁଇ ଡବା ଇଞ୍ଜିନର ଠିକ ପଛରେ ରହିଥିଲା । ତେବେ ଟ୍ରେନର ଗତ ସେତେବେଳେ କମ ଥିବାରୁ କୌଣସି ଅଘଟଣା ଘଟିନଥିବା ଜଣାପଡିଛି ।

Get real time updates directly on you device, subscribe now.