fbpx

କୋଭିଡ୍ କଟକଣାରେ ମାଘମେଳା ସମ୍ପନ୍ନ: ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କଟକଣା ମଧ୍ୟରେ ଆଜି ଚନ୍ଦ୍ରଭାଗାରେ ମାଘମେଳା ସମ୍ପନ୍ନ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନୀତିକାନ୍ତି ସମ୍ପନ୍ନ ପରେ ସେବାୟତମାନେ ବୁଡ଼ ପକାଇଛନ୍ତି । ଦିନ ୧୧ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି ।

ଗତବର୍ଷ ଭଳି ଚଳିତ ବର୍ଷ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳାକୁ ବନ୍ଦ କରିଦିଆଯାଇଛି । ଆଜି ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ଅବସରରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ପାରିବେନି । ଏନେଇ ପୂର୍ବରୁ ଯାତ୍ରୀ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୁରୀ ଜିଲ୍ଲାପାଳ ଉପଜିଲ୍ଲାପାଳ, ନିମାପଡ଼ା ତହସିଲଦାର, ନିମାପଡ଼ା ବିଡିଓ, ଏସଡିପିଓ ପ୍ରମୁଖ ଯୋଗଦେଇଥିଲେ । ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଅନୁଯାୟୀ ହେବ । ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପାଇଁ ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଥିଲା । ନୀତିକାନ୍ତି ସହ ସମ୍ପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସହକାରୀ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଡ଼ିଆ ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.