fbpx

ୟୁଟ୍ୟୁବରେ ଛାଇଗଲା ସଲମାନଙ୍କ ଯାଦୁ, ଦେଖନ୍ତୁ

ବଲିଉଡ୍ ହାରକା ସଲମାନ ଖାନ୍ ନିକଟରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଏହାରି ମାଧ୍ୟମରେ ସେ ଆଜି ନିଜର ପ୍ରଥମ ଗୀତକୁ ରିଲିଜ୍ କରିଛନ୍ତି, ଯାହାର ନାଁ ହେଉଛି ‘ପ୍ୟାର କରୋନା’ । କରୋନାକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବାକୁ ସେ ଏହି ଗୀତଟିକୁ ନିଜେ ଲେଖିବା ସହ ନିଜେ ଗାଇଛନ୍ତି । ୟୁଟ୍ୟୁବରେ ରିଲିଜ ହେବା ମାତ୍ରେ ଏହା ଦର୍ଶକମାନେଙ୍କୁ ବହୁ ପସନ୍ଦ ଆସିବା ସହ ଲୋକମାନେ ନିଜ ନିଜର ମତ ରଖୁଥିବାର ଦେଖିବାକୁ ମିଳିଛି । ତେବେ ଗତକାଲି ସଲମାନ ଗୀତଟିର ଟିଜର ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ କରିଥିଲେ ।

ଗୀତଟିରେ ଲୋକମାନଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବାର ବିଭିନ୍ନ ପ୍ରକାର ଉପାୟ କହିଛନ୍ତି ସଲମାନ୍ । ତାଙ୍କ ମତରେ ଯଦି ଆପଣଙ୍କୁ ନମାଜ ପଢିବା ବା ପୂଜା କରିବାର ଅଛି, ତେବେ ଘରେ କର । ଭଗବାନ ତ ସମସ୍ତଙ୍କ ମନରେ ରହିଛନ୍ତି ।’

Get real time updates directly on you device, subscribe now.