Breaking: କାଲି ମିଆଁମାରରେ ମୃତ୍ୟୁର ତାଣ୍ଡବ ପରେ, ଆଜି ଭୂକମ୍ପରେ ଥରି ଉଠିଲା ଆଫଗାନିସ୍ତାନ

ଗତକାଲି ମିଆଁମାରରେ ଭୂକମ୍ପ ରଚିଥିଲା ମୃତ୍ୟୁ ବିଭୀଷିକା। ଆଉ ଆଜି ରାତି ନପାହୁଣୁ ପୁଣି ଏକ ଭୂମିକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା ୪.୭।

 ଆଫଗାନିସ୍ତାନ: କାଲି ମିଆଁମାରରେ ମୃତ୍ୟୁର ତାଣ୍ଡବ ରଚିଥିଲା ଭୂମିକମ୍ପ। ଯେଉଁଥିରେ ଏବେବି ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ ରାତି ନପାହୁଣୁ ପୁଣିଥରେ ଥରି ଉଠିଲା ଆଫଗାନିସ୍ତାନ।

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ୪ଟା ୫୧ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୭ ରହିଛି। ଚୀନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ତେବେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଭୂକମ୍ପ ଖବର ସାମ୍ନାକୁ ଆସୁଛି। ହେଲେ ଗତକାଲି ମିଆଁମାରରେ ହୋଇଥିବା ଦୁଇଟି ଭୂକମ୍ପ ଝଟକା ଅନେକ ଧନଜୀବନ କ୍ଷତି ଘଟାଇଛି। ଏବେବି ଭଙ୍ଗା କୋଠା ତଳେ ଫସି ରହିଛି ଜୀବନ। ତ କେଉଁଠି ପଡିଛି ମଲା ଜୀବନ। ଯାହାକି ଅନ୍ୟନ୍ତ ହୃଦୟ ବିଦାରକ।