fbpx

Big Budgetରେ ଆସୁଛି ଐତିହାସିକ ‘ମହାଭାରତ’: ବଡ ପରଦାରେ ଦର୍ଶକ ଦେଖିବେ କୌରବ-ପାଣ୍ଡବଙ୍କ କାହାଣୀ

ମୁମ୍ବାଇ: ଭାରତୀୟ ସିନେମା ଇତିହାସରେ ପୁଣି ଥରେ ସୃଷ୍ଟି ହେବାକୁ ଯାଉଛି ରେକର୍ଡ । ସିନେ ପରଦାକୁ ଆସୁଛି ଦର୍ଶକଙ୍କୁ ପସନ୍ଦ ଆସିଲା ଭଳି କିଛି ଅଲଗା ଏବଂ ଖାସ ଚଳଚ୍ଚିତ୍ର । ବାହୁବଳୀ ଏବଂ ପୁଷ୍ପା ପରେ ପୁଣି ଥରେ ସିନେ ଜଗତରେ ହେବ ଆଉ ଏକ ବିସ୍ଫୋରଣ । ବିଗ୍ ବଜେଟରେ ମଲ୍ଟିଷ୍ଟାରଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ‘ମହାଭାରତ’ ।

ଏବେ ଦର୍ଶକ ବଡ ପରଦାରେ ଦେଖିପାରିବେ ମହାଭାରତର କୌରାଣିକ କାହାଣୀ । ଯେଉଁଥିରେ ଭରପୁର ରହିଛି ଆକ୍ସନ୍, ଡ୍ରାମା ସହ ରୋମାନ୍ସ । ଅନେକ ଦିନରୁ ଲୋକଙ୍କ ମନରେ ଥିବା ଅପେକ୍ଷାର ଅନ୍ତ ଘଟିଛି । ଏବେ ଭାରତର ଐତିହାସିକ କାହାଣୀ ‘ମହାଭାରତ’ ଉପରେ ଏକ ସ୍ୱତନ୍ତ୍ର ଧରଣର ଫିଲ୍ମ ନିର୍ମାଣ ହେବାକୁ ଯାଉଛି । କୌରବ ଏବଂ ପାଣ୍ଡବଙ୍କର ସମସ୍ତ କାହାଣୀକୁ ନେଇ ଏହି ସିନେମା ପ୍ରସ୍ତୁତ ହେବ । ଫେମସ ନିର୍ଦ୍ଦେଶକ ଫିରୋଜ ନାଦିଆୱାଲା ଏହା ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ ହେବ । ବଲିଉଡର ଅନେକ କଳାକାର ଏଥିରେ ନଜର ଆସିପାରନ୍ତି ।

ଯଦି ବି.ଆର ଚୋପ୍ରାଙ୍କ ଛୋଟ ପରଦାର ମହାଭାରତ ଏବେ ବି ଲୋକଙ୍କ ମନରୁ ଯାଇପାରିନି । ତେବେ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ କାମ ଗତ ୪-୫ ବର୍ଷ ଧରି ଚାଲିଥିବା କୁହାଯାଉଛି । ଫିଲ୍ମର ପ୍ରି-ପ୍ରଡକ୍ସନ୍ରେ ଆଉ କିଛି ବର୍ଷ ସମୟ ଦରକାର ଥିବା ବେଳେ ଏହା ପ୍ରାୟ ୨୦୨୫ରେ ପ୍ରସ୍ତୁତ ହୋଇଯିବ । ଏହି ଚଳଚ୍ଚିତ୍ର ହିନ୍ଦୀରେ ନିର୍ମିତ ହେବ, କିନ୍ତୁ ଏହାକୁ ଅନ୍ୟ ଭାଷାରେ ମଧ୍ୟ ନାମିତ କରାଯିବ । ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର ମହାଭାରତ ହଲିଉଡର ଦି ଲର୍ଡ ଅଫ୍ ରିଙ୍ଗ୍ସ, ଗେମ୍ ଅଫ୍ ଥ୍ରୋନ୍ସ, ଷ୍ଟାର୍ ୱାର୍ସ, ହ୍ୟାରି ପୋଟରଙ୍କୁ ଟକ୍କର ଦେବ । ଏହି ତିନି ଘଣ୍ଟାର ଲମ୍ୱା ଫିଲ୍ମର ବଜେଟ୍ ପ୍ରାୟ ୭୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଯଦି ଏହା ସତ ହୁଏ ତାହାଲେ ଭାରତୀୟ ସିନେମା ଇତିହାସରେ ଏହା ସବୁଠୁ ବଡ ବଜେଟ୍ ଫିଲ୍ମ ହେବ ।

ତେବେ ମହାଭାରତର ଷ୍ଟାରକାଷ୍ଟ ବିଷୟରେ ଆଲୋଚନା କରିବାକୁ ଗଲେ କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣବୀର ସିଂ, ପରେଶ ରାୱଲ, ନାନା ପାଟେକର, ଅନିଲ କପୁର ଏବଂ ଅନ୍ୟ ବଡ ବଡ କଳାକାରମାନେ ଅଭିନୟ କରିବେ । ହେଲେ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇନାହିଁ । ବଲିଉଡ୍ ବ୍ୟତୀତ ସାଉଥର ପ୍ରମୁଖ କଳାକାରମାନେ ମଧ୍ୟ ଏଥିରେ ଅଭିନୟ କରିପାରନ୍ତି ।

Get real time updates directly on you device, subscribe now.