fbpx

ମାହାଙ୍ଗା କୁସୁୁର ଗଣହତ୍ୟା ମାମଲା: ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ, କ୍ରାଇମ୍‌ ସ୍ପଟରେ କରାଯିବ ସିନ୍ ରିକ୍ରିଏସନ୍

ମାହାଙ୍ଗା/ସାଲେପୁର, (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ ମାହାଙ୍ଗା କୁସୁୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁକୁ ମାହାଙ୍ଗା ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ତାର ମେଡିକାଲ ଟେଷ୍ଟ କରାଯିବା ପରେ ତାକୁ ପୋଲିସ ହତ୍ୟା ଘଟଣା ସମ୍ପର୍କରେ ପଚରାଉଚୁରା ଆରମ୍ଭ କରିଛି । ତେବେ ପୋଲିସ ତାକୁ ୫ ଦିନିଆ ରିମାଣ୍ଡରେ ନେବାପାଇଁ ସାଲେପୁର ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଆବେଦନ କରିଥିଲେ ମଧ୍ୟ ଅଦାଲତ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ପୋଲିସ ରିମାଣ୍ଡରେ ଆଣିବା ପରେ ସେ ସବୁ ସତ କଥା ମାନିଥିବା ସୂଚନା ମିଳିଛି । ଏପରିକି ଭାଇ ଅଲେଖ ସାହୁ ପରିବାରର ୫ ଜଣଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ସେମାନଙ୍କ ଶିରା କାଟିଥିବା ସ୍ୱୀକାର କରିଛି । ତେବେ ଅଭିଯୁକ୍ତ ଶିବ ଗଣହତ୍ୟା କାଣ୍ଡର ଡେମେ ଦେଖାଇବ ବୋଲ ସୂଚନା ମିଳିଛି।

Get real time updates directly on you device, subscribe now.