fbpx

ମାଆ ସାଜିଲା ପିଶାଚୀ: ୩ ବର୍ଷର ପୁଅ ବେକ କାଟିଦେଲା ମାରିଦେଲା, ମଦ ନିଶାରେ ହତ୍ୟା କରିଥିବା ନେଇ ଚର୍ଚ୍ଚା

କୋରାପୁଟ, (ଭାସ୍କର ନ୍ୟୁଜ୍‌): ପିଶାଚୀ ମାଆର ବର୍ବର କାଣ୍ଡ । ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେହି ରକ୍ତ ନିଗାଡ଼ି ଶେଷରେ ଜୀବନ ନେଇଗଲା । ଧାରୁଆ ଅସ୍ତ୍ରରେ ୩ ବର୍ଷର ଶିଶୁ ପୁତ୍ରର ବେକ କାଟି ହତ୍ୟାକଲା । ଏପରି ଏକ ଲୋମଟାଙ୍କୁରା ଘଟଣା କୋରାପୁଟ ସଦର ଥାନା ଅନ୍ତର୍ଗତ ଲୁକୁମାରି ଗାଁରେ  ଘଟିଛି । ଏହି ଘଟଣା ପ୍ରଚାରିତ ହେବା ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।

ଖବର ମିଳିବା ପରେ କୋରାପୁଟ ଏସ୍‌ଡିିଓ, ସଦର ଥାନା ଆଇଆଇସି ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ମହିଳାକୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି । ବୁଧବାର ରାତିରେ ଲୁକୁମାରି ଗାଁରେ ଚଇତି ପର୍ବ ଚାଲିଥିବାବେଳେ ସମସ୍ତେ ମଉଜ ମଜଲିସ୍‌ରେ ବ୍ୟସ୍ତ ଥିଲେ । ତେବେ ଜଣେ ମାଆ କ’ଣ ପାଇଁ ନିଜ ହାତରେ ନିଜ ସନ୍ତାନର ଜୀବନ କିରି ଓ କାହିଁକି ନେଲା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ବୁଧବାର ଚଇତି ପର୍ବ ଥିବାବେଳେ ଗୁରୁବାର ସକାଳେ ଏହି ଖବର ପ୍ରଚାରିତ ହେବାପରେ ଏହାକୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମହିଳା ଜଣକ ମଦ ନିଶାରେ ଏଭଳି ଅଘଟଣ ଘଟାଇଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

Get real time updates directly on you device, subscribe now.