fbpx

ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା; ବିଜେଡି ନେତା ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି

ଭୁବନେଶ୍ୱର: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ବିଜେଡି ନେତା ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି । ଶରତଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ଶରତଙ୍କୁ ନିଲମ୍ବନ କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି । ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଥିଲେ ଶରତ ନାୟକ । ମାହାଙ୍ଗାର ମୃତ ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମାମଲାରେ ଶରତଙ୍କର ଏକ ଅଡିଓ ରେକର୍ଡ଼ିଂ ଭାଇରାଲ ହୋଇଥିଲା । ସମ୍ପୃକ୍ତ ଘଟଣାରେ ବିଜେଡି ନେତା ଶରତ ନାୟକଙ୍କ ଲିଙ୍କ ଥିବା ଚର୍ଚ୍ଚା ହେଉଛି । ଆଇଆଇସିଙ୍କୁ କହି ମାମଲାକୁ ରଫାଦଫା କରିଦେବା ପାଇଁ ୭୦ହଜାର ଟଙ୍କା ମାଗୁଥିଲେ ଶରତ । ଏହି ଭାଇରାଲ ରେକର୍ଡ଼ିଂରେ ମୃତ ଛାତ୍ରୀଙ୍କ ମା’ଙ୍କୁ ଟଙ୍କା ମାଗୁଥିବା ଜଣାପଡିଥିଲା । ଯାହାକୁ ନେଇ ଦଳ ଆଜି ତାଙ୍କୁ ନିଲମ୍ବନ କରିଛି ।

ସୂଚନା ଥାଉକି, ଏହି ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଆଉ ସେହି ମୃତ୍ୟୁ ପରେ ଏକ ଚିଠି ଓ ଅଡିଓ ଭାଇରାଲ ହୋଇଥିଲା । ଅଡିଓରେ ମାହାଙ୍ଗାର ବିଜେଡି ନେତା ଶରତ ନାୟକଙ୍କ ସ୍ୱର ରହିଥିଲା । ଏହି ଅଡିଓ କଲ ରେକର୍ଡ଼ିଂକୁ ନେଇ ଚର୍ଚ୍ଚାକୁ ଆସିଥିଲା ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ମାମଲା । ଆଇଆଇସିଙ୍କୁ କହି ମାମଲାକୁ ରଫାଦଫା କରିଦେବା ପାଇଁ ୭୦ହଜାର ଟଙ୍କା ମାଗୁଥିଲେ ଶରତ । ଭାଇରାଲ ରେକର୍ଡ଼ିଂରେ ମୃତ ଛାତ୍ରୀଙ୍କ ମା’ଙ୍କୁ ଟଙ୍କା ମାଗୁଥିବା ଜଣାପଡିଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ହୋଇଥିଲା ତାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା । ସେପଟେ ମୃତ ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ସହ ପ୍ରେମ ସଂପର୍କକୁ ସ୍ୱୀକାର କରିଛନ୍ତି ଖେଳ ଶିକ୍ଷକ ।

ଉକ୍ତ ଭାଇରାଲ ଅଡିଓକୁ ନେଇ ଗତକାଲି କଟକ ଜିଲ୍ଲା ଏସପି ମିହିର ପଣ୍ଡା ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜଗତସିଂହପୁର ଛେଳିଆଗଡ ଗାଁରେ ତଦନ୍ତକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତକାରୀ ଟିମ୍ ସ୍ୱର୍ଣ୍ଣଲତାଙ୍କ ପ୍ରେମିକ ତଥା ଖେଳ ସାରଙ୍କ ଘରେ ପହଞ୍ଚି ପଚରାଉଚରା କରିଛନ୍ତି । ଅନ୍ୟପଟେ ନିଜ ଆଡୁ ମାମଲା ଦାୟର କରି ଏସପିଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ କୁହାଯାଇଛି । ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ କଣ ପଦକ୍ଷେପ ନିଆଯାଇଛି ସେ ନେଇ ଉତ୍ତର ରଖିବାକୁ କହିଛନ୍ତି ରାଜ୍ୟ ମହିଳା କମିଶନ ।

Get real time updates directly on you device, subscribe now.