fbpx

ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ ନଜର: ଡିଏମ୍‌ଇଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି । ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍‌ କରିଛନ୍ତି ।

ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଓ ନୂଆ ମ୍ୟୁଟାଂଟ ଦେଖାଦେଇଛି । ଏହି ଦୁଇ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡ଼ି, ଆଶା ଦିଦି ଓ ସର୍ଭେଲାନ୍ସ କରୁଥିବା ଟିମ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । କେବଳ ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେବାକୁ ସେ ମତ ରଖିଛନ୍ତି ।

Get real time updates directly on you device, subscribe now.