fbpx

ଲଭ ଜିହାଦ୍‌ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ଲଭ ଜିହାଦ୍‌ ଜାଲରେ ବହ୍ମପୁର ଝିଅ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ଲଭ ଜିହାଦ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ନୋଟିସ୍‌ କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ବ୍ରହ୍ମପୁରର ଏକ ଦମ୍ପତି ନିଜ ଫାର୍ମାସିଷ୍ଟ ଝିଅକୁ ଲଭ୍‌ ଜିହାଦ୍‌ କବଳରୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ୟୁ.ୟୁ. ଲଳିତ୍‌, ଅଜୟ ରସ୍ତୋଗୀ ଓ ଅନିରୁଦ୍ଧ ବୋଷ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ରାଜ୍ୟଙ୍କୁ ନୋଟିସ୍‌ କରିବା ସହିତ ଚଳିତ ମାସ ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରର ଏହି ଦମ୍ପତିଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ବି ଫାର୍ମା ପଢୁଥିବା ସମୟରେ ଜମ୍ମୁ- କାଶ୍ମୀରର ଜଣେ ଯୁବକଙ୍କୁ ଭେଟିଥିଲା । ପଢା ସରିବା ପରେ ଉଭୟ ଚାକିରି ପାଇଁ ଉତ୍ତରପ୍ରଦେଶର ଲକ୍ଷ୍ନୌ  ଯାଇଥିଲେ । ପରବର୍ତ୍ତୀ ସମୟରେ ଉଭୟ ଚଣ୍ଡୀଗଡ ଯାଇଥିଲେ । ଏହାପରେ ଉଭୟ ବିବାହ କରିଥିଲେ । ହେଲେ ଏବେ ତାଙ୍କ ଝିଅଙ୍କ ଆଉ ପତ୍ତା ମିଳୁନି । ଝିଅର ଅନ୍ୟ ଧର୍ମରେ ବିବାହକୁ ସେମାନେ ବିରୋଧ କରୁନାହାଁନ୍ତି, ତେବେ ତାଙ୍କ ଝିଅକୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ ପାଇଁ ବାଧ୍ୟ କରାଯାଇଥିବା ବାପା-ମାଆ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.