fbpx

ଆଜି ମହାକାଶକୁ ଯାତ୍ରା କରିବେ ଭାରତୀୟ ବଂଶୋଦ୍ଭାବ ଶିରିସା ବନ୍ଦଲା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କଳ୍ପନା ଚାୱଲା ଓ ସୁନିତା ୱିଲିୟମ୍ସଙ୍କ ପରେ ଏବେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ମହାକାଶକୁ ଯାତ୍ରା କରିବେ । ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଶିରିସା ବନ୍ଦଲା ଆଜି ମେକ୍ସିକୋରୁ ମହାକାଶ ଯାତ୍ରା କରିବେ ।

ରିଚାର୍ଡ ବ୍ରାନସନଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ ପକ୍ଷରୁ ତାଙ୍କୁ ଚୟନ କରାଯାଇଛି । ୩୪ ବର୍ଷିୟ ଶିରିସା ତାଙ୍କ ଦଳର ୫ ଜଣ ସହକର୍ମୀଙ୍କ ସହ ମହାକାଶ ଯାତ୍ରା କରିବେ । ମହାକାଶକୁ ଯିବାକୁ ଥିବା ଏହି ଟିମର ନାମ ‘ୟୁନିଟ-୨୨’ ବୋଲି ରଖା ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିମରେ ଭର୍ଜିନ ଗାଲାକଟିକ କମ୍ପାନୀର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ ନିଜେ ମଧ୍ୟ ସାମିଲ ଅଛନ୍ତି ।

Get real time updates directly on you device, subscribe now.