fbpx

ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୧୮ ମନ୍ତ୍ରୀ ନେଲେ ଶପଥ

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଏକନାଥ ସିନ୍ଦେଙ୍କ କ୍ୟାବିନେଟ୍ ବିସ୍ତାର ହୋଇଛି । ୧୮ ବିଧାୟକଙ୍କୁ ମନ୍ତ୍ରୀପଦର ଶପଥ ନେଇଛନ୍ତି । ଏଥିରେ ୯ ମନ୍ତ୍ରୀ ବିଜେପି ଏବଂ ୯ ମନ୍ତ୍ରୀ ସିନ୍ଦେ ଗୋଷ୍ଠୀର ରହିଛିନ୍ତି । ମହାରାଷ୍ଟ୍ରରେ ସତ୍ତା ପରିବର୍ତ୍ତନ ପରେ ୩୦ ଜୁନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ଏବଂ ଦେବେନ୍ଦ୍ର ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଅବଶ୍ୟ ଏହାପରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଏନସିପି ନେତା ଅଜିତ ପୱାର ରାଜଭବନରେ ଉପସ୍ଥିତ ରହିଥିଲେ । ଏକନାଥ ସିନ୍ଦେ ଶପଥ ନେବାର ୩୫ ଦିନ ପରେ ଏହି କ୍ୟାବିନେଟ୍ ସଂପ୍ରସାରଣ ହେଉଛି ।

ଏହି ୧୮ ମନ୍ତ୍ରୀ ନେଲେ ଶପଥ:

ରାଧାକୃଷ୍ଣ ବିଖେ ପାଟିଲ, ସୁଧୀର ମୁନଙ୍ଗଟିୱାର, ଚନ୍ଦ୍ରକାନ୍ତ ପାଟିଲ, ବିଜୟକୁମାର ଗାୱିତ, ଗିରୀଶ ମହାଜନ, ଗୁଲାବରାୱ ପାଟିଲ, ଦାଦା ଭୂସେ, ସଂଞ୍ଜୟ ରାଠୋଡ, ସୁରେଶ ଖାଡେ, ସନ୍ଦୀପନ ଭୁମରେ, ଉଦୟ ସାମନ୍ତ, ତାନାଜୀ ସାୱନ୍ତ, ରବିନ୍ଦ୍ର ଚୌହାନ, ଅବଦ୍ୁଲ ସତ୍ତାର, ଦୀପକ କେସରକର, ଅତୁଲ ସାୱେ, ଶମ୍ଭୁରାଜ ଦେସାଇ, ମଙ୍ଗଳ ପ୍ରଭାତ ଲୋଢ଼ା ।

ତେବେ ଏହି କ୍ୟାବିନେଟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବ୍ୟତୀତ ଶିବସେନା କାହାର ହେବ, ଏନେଇ ଚର୍ଚ୍ଚା ବଢ଼ିବାକୁ ଯାଉଛି । ନିର୍ବାଚନ ଆୟୋଗ ସୋମବାର ଉଭୟ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ କିଛି ଦସ୍ତାବେଜ୍ ଜମା କରିବାକୁ କହିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କେବଳ ସିନ୍ଦେଙ୍କ ଗୋଷ୍ଠୀ ତରଫରୁ ଡକ୍ୟୁମେଣ୍ଟ ଦିଆଯାଇଛି ।

Get real time updates directly on you device, subscribe now.