fbpx

ତୁ ଗର୍ଭବତୀ ଆଜି ମରିବୁ: ମହିଳାଙ୍କ ଉପରେ ଚାପୁଡ଼ା, ବିଧା ବର୍ଷା କଲା ଅଭଦ୍ର ଗାର୍ଡ

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଯାହା ସବୁ ଘଟିଯାଉଛି, ତାହା ଦେଖିଲେ ଆଖିରେ ଲୁହ ଆସିଯାଉଛି । ଏଭଳି ଏକ ଦୁଃଖଦ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ଗର୍ଭବତୀ ମହିଳାଙ୍କୁ ଜଣେ ଯୁବକ ତଳେ ପକାଇ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି । ନିକଟରେ କିଛି ଲୋକ ବସିଥିଲେ ହେଁ ସେମାନଙ୍କ ପଥର ହୃଦୟ ଏହା ଦେଖି ତରଳି ନଥିଲା । ପରେ ପୋଲିସ ଦୋଷୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଖବର ମୁତାବକ, ପାକିସ୍ତାନରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଗର୍ଭବତୀଙ୍କୁ ଜଣେ ସୁରକ୍ଷା କର୍ମୀ ସର୍ବସାଧାରଣରେ ମାଡ଼ ମାରି ନିଜର ଅମାନବୀୟତାର ପରିଚୟ ଦେଇଛନ୍ତି । ଗାର୍ଡ ଜଣଙ୍କ ମହିଳାଙ୍କୁ ଏତେ ଜୋରରେ ଚାପୁଡ଼ା ମାରିଥିଲେ ଯେ ଗର୍ଭବତୀ ଜଣଙ୍କ ତଳେ ପଡ଼ିଯାଇଥିଲେ । ତେବେ କଥା ଏତିକିରେ ସରିନଥିଲା । ତଳେ ପଡ଼ିବା ପରେ ଗର୍ଭବତୀଙ୍କୁ ଅଭଦ୍ର ଗାର୍ଡ ଗୋଇଠା ମାରି ଚାଲିଥିଲେ ।

ଏଭଳି ଭିଡିଓ ଖୁବଶୀଘ୍ର ଚାରିଆଡ଼େ ଭାଇରାଲ ହେବା ପରେ ଗାର୍ଡଙ୍କ ଏହି କାର୍ଯ୍ୟକୁ ନିନ୍ଦା କରାଯାଇଥିଲା । ଭିଡିଓରେ ଦେଖାଯାଉଛି, କୌଣସି କଥାକୁ ନେଇ ଗାର୍ଡ ମହିଳାଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ଏହାପରେ ପରିସ୍ଥିତି ବିଗିଡ଼ିଥିଲା ଓ ସେ ମହିଳାଙ୍କୁ ଚାପୁଡ଼ା ମାରିଥିଲେ । ତେବେ ଅଭିଯୁକ୍ତ ଯୁବକଙ୍କ ଉପରେ ପୋଲିସ ୩୫୪, ୩୩୭ ଧାରା ଲାଗୁ କରି ମୋକଦ୍ଦମା ଦାୟର କରିଥିଲା । ମହିଳା ଜଣଙ୍କ ଆପାର୍ଟମେଣ୍ଟକୁ ଯିବାକୁ ଉଦ୍ୟତ ହେଉଥିବା ବେଳେ ଗାର୍ଡ ତାଙ୍କୁ ରୋକି ଥିବା ଜଣାପଡ଼ିଛି । ପରେ ପୋଲିସ ଅଭିଯୁକ୍ତ ଗାର୍ଡଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.