fbpx

ମହା ବିକାଶ ଅଘାଡିରେ ଫାଟ: ମେଣ୍ଟରୁ ଓହରିବା ନେଇ ସୋନିଆ ନେବେ ଅନ୍ତିମ ନିଷ୍ପତ୍ତି

ନୂଆଦିଲ୍ଳୀ: ମହାରାଷ୍ଟ୍ରରେ ଏନସିପି, ଶିବସେନା ଏବଂ କଂଗ୍ରେସର ମିଳିତ ସରକାର ଜାରି ରହିଥିବା ବେଳେ ସମୟ ସମୟରେ ଏଥିରେ ଫାଟ ନେଇ ଖବର ଆସିଥାଏ । ଏନସିପି ଓ କଂଗ୍ରେସ ମଧ୍ୟରେ ଦିନକୁ ଦିନ କଳି ବଢୁଥିବାରୁ ମେଣ୍ଟ ଭାଙ୍ଗିଯିବାର ସମ୍ଭାବନା ସୃଷ୍ଟି ହୋଇଛି । କଂଗ୍ରେସର ସତ୍ତା ଉପରେ ଏନସିପି ନିୟମିତ ଭାବରେ ପ୍ରଶ୍ନ ଉଠାଉଥିବା ନେଇ ଅଭିଯୋଗ କରିବା ସହିତ କଂଗ୍ରେସ ଏଥିରୁ ଓହରିବାର ସମ୍ଭାବନା ରହିଛି ।

ବିଗତ ସପ୍ତାହରେ ମହାରାଷ୍ଟ୍ରରେ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ଶେଷ ହୋଇଥିବା ବେଳେ ଏନସିପି ବିଜେପି ସହିତ ହାତ ମିଶାଇଥିବାର ଅଭିଯୋଗ ଆସିଥିଲା । ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପଟୋଲେ ଏନସିପି ଧୋକା ଦେଇଥିବା ନେଇ ଅଭିଯୋଗ ଆଣିଥିଲେ । ଗୋନ୍ଦିୟା ଏବଂ ଭଣ୍ଡାରା ଜିଲ୍ଲାରେ ହୋଇଥିବା ନିର୍ବାଚନରେ ବିଜେପି ସହିତ ହାତ ମିଶାଇ ଏନସିପି କଂଗ୍ରେସ ପଛରେ ଛୁରୀ ଭୁସିଥିଲା । ଏହାକୁ ନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଅନ୍ତିମ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ନାନା ପଟୋଲେ । ମହା ବିକାଶ ଅଘାଡିକୁ ବିପଦ ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ନାନା କହିଥିଲେ କିଛି ବି ସମ୍ଭବ । ଦଳୀୟ ନେତୃତ୍ୱକୁ ଏ ସମ୍ପର୍କରେ ଅବଗତ କରାଯାଇଛି । ଅନ୍ତିମ ନିଷ୍ପତ୍ତି ସେମାନେ ଗ୍ରହଣ କରିବେ । ବିଗତ ଦୁଇ ବର୍ଷ ମଧ୍ୟରେ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ବିଭିନ୍ନ ସମୟରେ କଂଗ୍ରେସର କର୍ମୀ ମାନଙ୍କୁ ନିଜ ସହିତ ସାମିଲ କରିବା ସହିତ କଂଗ୍ରେସକୁ ଦୁର୍ବଳ କରିଛି ।

Get real time updates directly on you device, subscribe now.