fbpx

ପରସ୍ପରକୁ ଭଲପାଇ ବସିଲେ ୨ ଭଉଣୀ: ଘରୁ ଫେରାର ହୋଇ ମନ୍ଦିରରେ କଲେ ବିବାହ , ଆଉ ତା’ ପରେ…

ନୋଏଡା: ସମଲିଙ୍ଗୀ ବିବାହ ବିଷୟରେ ତ ଆପଣମାନେ ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାରେ ୨ ସମଲିଙ୍ଗୀ ଭଉଣୀ ପରସ୍ପରକୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି । ଜଣେ ଯୁବତୀ ନିଜ ପିଉସୀଙ୍କ ଝିଅ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ଘରୁ ଗାଏବ୍ ହୋଇଥିବା ଯୁବତୀଙ୍କୁ ଖୋଜୁଥିବା ଦିଲ୍ଲୀ ଓ ନୋଏଡା ପୋଲିସ ଉଭୟଙ୍କୁ ଏକାଠି ଗୋଟିଏ ସ୍ଥାନରୁ ଉଦ୍ଧାର କରିବା ପରେ ଏହି ଘଟଣାର ଖୁଲାସା ହୋଇଥିଲା । ଖବର ଅନୁସାରେ, ୨ ଭଉଣୀଙ୍କ ବୈବାହିକ ଜୀବନ ଅତ୍ୟନ୍ତ ହସଖୁସିରେ ଚାଲିଥିଲା ।

ପରିବାର ଲୋକଙ୍କୁ ଏବିଷୟରେ ଜଣାପଡିବା ପରେ ସେମାନେ ଦୁହିଁଙ୍କୁ ଅନେକ ବୁଝାସୁଝା କରିଥିଲେ । କିନ୍ତୁ ସେମାନେ କାହା କଥା ଶୁଣିନଥିଲେ । ପୋଲିସ ଦୁହିଁଙ୍କୁ ଅଲଗା ଅଲଗା ସମ୍ପର୍କୀୟଙ୍କ ନିକଟରେ ଛାଡ଼ିଥିଲା । ପିଉସୀ ଓ ମାମୁଁଙ୍କ ଝିଅ କେବେଠାରୁ ପରସ୍ପରକୁ ଭଲ ପାଇବସିଲେ ଓ କେବେଠାରୁ ବଞ୍ଚିବା-ମରିବାର ଶପଥ ନେଇଥିଲେ, ସେବିଷୟରେ ପରିବାର ଲୋକଙ୍କୁ ଟିକେ ଜଣାବି ପଡ଼ିନଥିଲା ।

ତେବେ ଯାଞ୍ଚରୁ ଜଣାପଡିଥିଲା କି, ଗୋଟିଏ ଦିନରେ ହିଁ ୨ ଜଣ ଯୁବତୀ ଗାଏବ୍ ହୋଇଥିଲେ । ଏନେଇ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଦିଲ୍ଲୀ ପୋଲିସ ଓ ନୋଏଡା ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିପଡିଥିଲା । ଏକ ସୋସାଇଟିରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ୨ ଭଉଣୀଙ୍କୁ ଗିରଫ କରିଥିଲା ଟିମ୍ । ପରେ ପୋଲିସ ସେମାନଙ୍କୁ ସମ୍ପର୍କୀୟଙ୍କ ନିକଟରେ ହସ୍ତାନ୍ତର କରିଥିଲା ।

ପଚରାଉଚରା ପରେ ଜଣାପଡିଲା କି, ସେମାନେ ଦିଲ୍ଲୀର ଏକ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ । ଏହା ପରେ ସେମାନେ ଏକାଠି ରହୁଥିଲେ । ଅବଶ୍ୟ ପରିବାର ଲୋକେ ସେମାନଙ୍କ ଅନେକ ବୁଝାଇଲେ, କିନ୍ତୁ ସେମାନେ ମାନିବାକୁ ନାରାଜ । ଏବେ ବି ଦୁହେଁ ପରସ୍ପର ସହ ରହିବାକୁ ଜିଦ୍ ଧରୁଛନ୍ତି ।

Get real time updates directly on you device, subscribe now.