fbpx

ସେଲ୍ଫି ନେବାବେଳେ ଅଘଟଣ, ବିଦ୍ୟୁତ୍ ଆଘାତ ଲାଗି ଯୁବକ ଗୁରୁତର

ବର୍ତ୍ତମାନ ଯୁବପିଢ଼ିମାନଙ୍କୁ ଘାରିଛି ସେଲ୍ଫି କ୍ରେଜ୍ । ବିପଦପୂର୍ଣ୍ଣ ଜାଗାରେ ବି ଯୁବପିଢ଼ିମାନେ ସେଲ୍ଫି ନେବାକୁ ପଛାଉନାହାଁନ୍ତି । ଏବେ ପୁଣି ସେଲ୍ଫି ନେବା ସମୟରେ ଅଘଟଣ ହୋଇଥିବା ସାମ୍ନାକୁ ଆସିଛି । ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ଲୋଇସିଂହା ରେଲୱେ ଷ୍ଟେସନରେ । ଅସାବଧାନତା ଯୋଗୁଁ ଜଣେ ଯୁବକ ମୃତ୍ୟୁ ସହିତ ସଂଘର୍ଷ କରୁଛି । ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ୍ଫି ନେବା ସମୟରେ ।

ସୋନପୁରର ଖରଜୁରା ଗାଁର ୨୦ ବର୍ଷିୟ ଯୁବକ ଦୀପକ ମେହେରା ସାଙ୍ଗମାନଙ୍କ ସହିତ ନଅଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ଦେଖି ସାରିବାପରେ ଲୋଇସିଂହା ରେଲୱେ ଷ୍ଟେସନରେ ସାଙ୍ଗମାନଙ୍କ ସହିତ ଯାଇଥିଲେ । ଆଉ ସେଠାରେ ରେଲୱେ ଷ୍ଟେସନରେ ଛିଡା ହୋଇଥିବା ଏକ ମାଲଗାଡ଼ି ଉପରକୁ ଦୀପକ ଚଢ଼ି ସେଲଫି ଉଠାଉଥିବା ସମୟରେ ଇଲେକ୍ଟ୍ରିକ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ।

ଏହି ସମୟରେ ବିଦ୍ୟୁତ ଆଘାତ ଲାଗିବା ଯୋଗୁଁ ଦୀପକ ତଳେ ପଡ଼ିଯାଇଥିଲେ । ସାଙ୍ଗମାନେ ଗୁରୁତର ଦୀପକଙ୍କୁ ବଲାଙ୍ଗିର ଭୀମଦେଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଆଇଜିଏଚ୍ରେ ଭତ୍ତି କରାଯାଇଛି । ଏବେ ଦୀପକଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ରହିଛି ।

Get real time updates directly on you device, subscribe now.