fbpx

ପ୍ରତିଦିନ ୫ ଲକ୍ଷ ସ୍ପାମ ଆକାଉଣ୍ଟ ଡିଲିଟ୍ କରୁଛି ଟ୍ୱିଟର: ପରାଗ ଅଗ୍ରୱାଲ

ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ସୋମବାର ଏକାଧିକ ଟ୍ୱିଟ୍ କରି ଦର୍ଶାଇଛନ୍ତି ଯେ କଭଳି ଟ୍ୱିଟରରେ ପ୍ରକୃତ ଲୋକଙ୍କୁ ଅସୁବିଧାରେ ପକାଇବା ପାଇଁ ସ୍ପାମ କରାଯାଉଛି । ଆଉ ସେ କହିଛନ୍ତି କିପରି ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ସନ୍ଦିଗ୍ଧ ଆକାଉଣ୍ଟକୁ ଲକ୍ କରାଯାଉଛି ।

ପରାଗ କହିଛନ୍ତି ଯେ ସବୁଠୁ ଆଡଭାନ୍ସ ସ୍ପାମ ଅଭିଯାନ ମନୁଷ୍ୟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ କରାଯାଇ ସ୍ପାମ ଆକାଉଣ୍ଟ ଡିଲିଟ୍ କରାଯାଉଛି । ଏହି ସ୍ପାମ ଆକାଉଣ୍ଟକୁ ଡିଲିଟ୍ କରିବାପାଇଁ ପ୍ରକୃତ ଆକାଉଣ୍ଟଧାରୀଙ୍କ ସହ ସମ୍ପର୍କ କରାଯାଉଛି ଏବଂ ସେମାନଙ୍କ ସାହାଯ୍ୟରେ ଅଭିଯାନକୁ ଆଗକୁ ବଢ଼ାଯାଉଛି ।

ସ୍ପାମ ଚାଲେଞ୍ଜକୁ ବିଷୟରେ କହିବା ସହ ଅଗ୍ରୱାଲ କହିଛନ୍ତି ଯେ ବଡ଼ ଚାଲେଞ୍ଜ ହେଉଛି ଯେ ଅନେକ ଆକାଉଣ୍ଟ ଯାହା ନକଲି ପ୍ରତୀୟମାନ ହୋଇଥାଏ ତାହା ପ୍ରକୃତରେ ଅସଲି । ଆଉ ଯେଉଁ ସ୍ପାମ ଆକାଉଣ୍ଟ ପ୍ରକୃତରେ ନକଲି ଏବଂ ବିପଦଜ୍ଜନକ ତାହା ପ୍ରକୃତ ଆକାଉଣ୍ଟ ଭଳି ଲାଗିଥାଏ ।

ସେ କହିଛନ୍ତି ଆମ ଟିମ୍ ପ୍ରକୃତ ଆକାଉଣ୍ଟକୁ ନିଲମ୍ବିତ ନକରି ବା ଟ୍ୱିଟର ବ୍ୟବହାର କରୁଥିବା ସମୟରେ ପ୍ରକୃତ ଆକାଉଣ୍ଟଧାରୀଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଦୃଷ୍ଟି ରଖି ସ୍ୱାମକୁ ହଟାଇବାକୁ କାମ କରୁଛନ୍ତି । ସ୍ପାମ ଟ୍ୱିଟରରେ ପ୍ରକୃତରେ ଲୋକଙ୍କ ଅନୁଭବକୁ କ୍ଷତି ପହଞ୍ଚାଇଥାନ୍ତି । ଏଥିପାଇଁ ଆମର ବ୍ୟବସାୟ ଉପରେ ପ୍ରଭାବ ପଡ଼ିପାରେ । ଏଥିପାଇଁ ଆମେ ପ୍ରତିଦିନ ଯଥାସମ୍ଭବ ସ୍ପାମ ରୋକିବା ପାଇଁ ଚେଷ୍ଟା କରୁଛୁ ।

Get real time updates directly on you device, subscribe now.