(Video)ବିଧାନସଭାରେ କୃଷି ମନ୍ତ୍ରୀ ଖେଳିଲେ ତାସ୍, କଂଗ୍ରେସ ନେତା ଭିଡିଓ କରିଦେଲେ ଭାଇରାଲ
ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ । ମୁହଁ ଲୁଚାଇ ବସିଛନ୍ତି ମନ୍ତ୍ରୀ ।
ମୁମ୍ବାଇ: ବିଧାନସଭା ଅଧିବେଶନ ଚାଲିଥିବାବେଳେ କୃଷି ମନ୍ତ୍ରୀ ଖେଳିଲେ ମୋବାଇଲ ଗେମ୍ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ମନ୍ତ୍ରୀଙ୍କର ବଢିଯାଇଛି ଅଡ଼ୁଆ ।
ମହାରାଷ୍ଟ୍ର କୃଷି ମନ୍ତ୍ରୀ ମାନିକରାଓ କୋକାଟେ ଆସେମ୍ବ୍ଲି ସେସନ୍ସରେ ବସି ଜଙ୍ଗଲୀ ରୁମି ଗେମ୍ ଖେଳୁଥିବା ନଜରକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜଙ୍ଗଲି ରୁମି ଗେମ୍ ବେଶ୍ ଜଣାଶୁଣା ଅନଲାଇନ୍ ମୋବାଇଲ୍ ଗେମ୍ । ବିଶେଷ କରି ଥିରେ ବିଭିନ୍ନ ପ୍ରକାର ତାସ୍ ଖେଳ ଖେଳାଯାଇପାରିବ । ଦେଶରେ ଲକ୍ଷ ଲକ୍ଷ ଲୋକ ଏହି ଗେମ୍ ଖେଳିବାକୁ ପସନ୍ଦ କରୁଥିବା ଜଣାପଡ଼ିଛି ।
ଖବର ମୁତାବକ ନ୍ୟାଶନାଲ କଂଗ୍ରେସ ପାର୍ଟି ବିଧାୟକ ରୋହିତ ପାୱାର କୋକାଟେଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଇଛନ୍ତି । ଏଥିସହ ମନ୍ତ୍ରୀଙ୍କୁ ଅସମ୍ବେଦନଶୀଳ ଓ ବେଖିଆଲି ବୋଲି କହିଛନ୍ତି ପାୱାର ।
ରାଜ୍ୟରେ ପ୍ରତ୍ୟେକ ଦିନ ୮ ଜଣ କୃଷକ ମାନସିକ ଭାସାମ୍ୟ ହରାଇ ପ୍ରାଣ ହରାଉଥିବାବେଳେ ମନ୍ତ୍ରୀଙ୍କର କୌଣସି ନିଘା ନ ଥିବା କହିଛନ୍ତି ବିରୋଧୀ ନେତା ।
ଭିଡିଓ ଭାଇରାଲ ପରେ କୋକାଟେ କହିଛନ୍ତି, ୟୁଟ୍ୟୁବ ବିରତି କାଟିବା ସମୟରେ ହଠାତ୍ ସ୍କ୍ରିନ ଉପରେ ଗେମଟି ଚାଲିଆସିଥିଲା । ଲୋୟର ହାଉସ୍ ପ୍ରୋସେଡିଂ ୟୁଟ୍ୟୁବରେ ଦେଖିବା ସମୟରେ ଏପରି ହୋଇଥିବା କହିଛନ୍ତି କୃଷି ମନ୍ତ୍ରୀ ।
“#जंगली_रमी_पे_आओ_ना_महाराज…!”
सत्तेतल्या राष्ट्रवादी गटाला भाजपला विचारल्याशिवाय काहीच करता येत नाही म्हणूनच शेतीचे असंख्य प्रश्न प्रलंबित असताना, राज्यात रोज ८ शेतकरी आत्महत्या करत असताना सुद्धा काही कामच नसल्याने कृषिमंत्र्यांवर रमी खेळण्याची वेळ येत असावी.
रस्ता भरकटलेल्या… pic.twitter.com/52jz7eTAtq
— Rohit Pawar (@RRPSpeaks) July 20, 2025