fbpx

ଓଟିଟି ପାଇଁ ଆଡଲ୍ଟ ଫିଲ୍ମ ତିଆରି କରୁଥିଲେ ରାଜ କୁନ୍ଦ୍ରା ! ଚାର୍ଜସିଟ୍ ଦାଖଲ କଲା ପୋଲିସ୍

ନୂଆଦିଲ୍ଲୀ: ହୋଟେଲରେ ଆଡଲ୍ଟ ଫିଲ୍ମର ସୁଟିଂ କରାଯାଉଥିଲା। ଏହାକୁ ଓଟିଟି ପ୍ଲାଟଫର୍ମରେ ବିକ୍ରି କରାଯାଇ ମୋଟା ଅଙ୍କର ଅର୍ଥ ରୋଜଗାର କରାଯାଉଥିଲା। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ମାମଲାରେ ମହାରାଷ୍ଟ୍ରର ସାଇବର ପୋଲିସ୍  ଦାଖଲ କରିଥିବା ଚାର୍ଜସିଟରେ ଏହା ଉଲ୍ଲେଖ କରିଛି। ପୋଲିସ୍ କହିଛି ରାଜକୁନ୍ଦ୍ରା କିଛି ଲୋକଙ୍କ ସହ ମିଶି ଏହି କାମ କରୁଥିଲେ। ପୋଲିସ ଦ୍ଵାରା ଗତ ସପ୍ତାହରେ ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁଯାୟୀ ରାଜ କୁନ୍ଦ୍ରା ୨ଟି ହୋଟେଲରେ ଶର୍ଲିନ ଚୋପ୍ରା ଏବଂ ପୁନମ ପାଣ୍ଡେଙ୍କ ପରି ମଡେଲ୍ ସହିତ ଅଶ୍ଳୀଳ ଏବଂ ପର୍ଣ୍ଣ ଫିଲ୍ମ ସୁଟିଂ କରିଥିଲେ।

କେଉଁଠୁ ଆରମ୍ଭ ହେଲା ମାମଲା
ଏହା ପୂର୍ବରୁ ୨୦୨୧ରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏକ ଅଲଗା ଚାର୍ଜସିଟ୍ ଏପ୍ରିଲ ମାସରେ ଦାଖଲ କରିଥିଲା। ପୁଣି ସେପ୍ଟେମ୍ବର ମାସରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୨୦୨୧ ଫେବୃଆରୀରେ ମଡ ଆଇଲାଣ୍ଡ ସ୍ଥିତ ବଙ୍ଗଳାରେ ଚଢାଉ ପରେ ପ୍ରଥମ ଥର ଏହି ମାମଲା ସାମ୍ନାକୁ ଆସିଥିଲା। ପୋଲିସ୍ ଅନୁଯାୟୀ, Armsprime media Ltdର ନିର୍ଦ୍ଦେଶକ କିଛି ଓ୍ଵେବସାଇଟ୍ ପାଇଁ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ  କରିବା ଏବଂ ବିତରଣ କରିବାରେ ଲିପ୍ତ।

ପୋଲିସ ଆଜି ଦାଖଲ କରିଥିବା ୪୫୦ ପୃଷ୍ଠାର ଚାର୍ଜସିଟରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ Banana Prime OTTର ସୁଭାଜିତ ଚୌଧୁରୀ ଏବଂ ରାଜଙ୍କ ଷ୍ଟାଫ ମେମ୍ବର ଉମେଶ କାମତଙ୍କ ନାମ ରହିଛି। ରାଜ କୁନ୍ଦ୍ରାଙ୍କ କମ୍ପାନି ଜରିଆରେ ଭିଡିଓ ସୁଟ୍, ଅପଲୋଡ ଏବଂ ବିତରଣ କରିବା ମାମଲାରେ ପୁନମ ପାଣ୍ଡେଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ସର୍ଲିନ ଚୋପ୍ରା ମଧ୍ୟ ଅଶ୍ଳୀଳ ଭିଡିଓ ସୁଟ୍ କରିଥିବା ପୋଲିସର ଚାର୍ଜସିଟରେ ଉଲ୍ଲେଖ ରହିଛି।

Get real time updates directly on you device, subscribe now.