fbpx

କନ୍ସର୍ଟ ପରେ କଣ୍ଠସ୍ୱର ହରାଇଲେ ଶ୍ରେୟା ଘୋଷାଲ! ଦୁଃଖପ୍ରକାଶ କଲେ ଫ୍ୟାନ୍ସ

ମୁମ୍ବାଇ: ଭାରତର ନାମିଦାମୀ ସିଙ୍ଗର ଭାବେ ପରିଚିତ ଶ୍ରେୟା ଘୋଷାଲ । ତେବେ ଶ୍ରେୟାଙ୍କ ସହ ଏକ ବଡ ଦୁର୍ଘଟଣା ଘଟିିବା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଏକ କନ୍ସର୍ଟ ପରେ ତାଙ୍କ କଣ୍ଠସ୍ୱର ସମ୍ପୂର୍ଣ୍ଣ ଭାବେ ପଳାଇଥିଲା । ହେଲେ ଡାକ୍ତରଙ୍କ ଟ୍ରିଟମେଣ୍ଟ ପରେ ଏହା ଠିକ ହୋଇଯାଇଥିଲା । ଚିତ୍କିସା ପରେ ଶ୍ରେୟା ଅନ୍ୟ ଏକ କନ୍ସର୍ଟ ଆଟେଣ୍ଡ କରିଥିଲେ । କିନ୍ତୁ ଶ୍ରେୟାଙ୍କ ଏହି ପୋଷ୍ଟ ଦେଖିଲା ପରେ ଇମୋସନାଲ ହୋଇଯାଇଛନ୍ତି ଅଗଣିତ ପ୍ରଶଂସକ ।କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏକ ଆଶ୍ଚର୍ଯ୍ୟ ଜନକ କଥା ପଦାକୁ ଆଣିଛନ୍ତି । ସେ ୨୩ଘଣ୍ଟା ପୂର୍ବରୁ ଏମିତି କିଛି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯାହାକି ଫ୍ୟାନ୍ସ ମାନଙ୍କର ହୋସ ଉଡିଯାଇଛି ।

ସୂଚନା ମୁତାବକ ସେ ତାଙ୍କ ଇନଷ୍ଟାଗ୍ରାମରେ କହିଛନ୍ତି ଯେ, ଆୟରଲ୍ୟାଣ୍ଡର ଏକ ଶୋରେ ମୋ ଗଳା ଖରାପ ହୋଇଯାଇଥିଲା ହେଲେ ମୋ ଶୁଭ ଚିନ୍ତକ ଓ ଡାକ୍ତର ସମୀର ଭାର୍ଗବଙ୍କ ପାଇଁ ମୁଁ ଠିକ ହୋଇଯାଇଥିଲି । ଏହାପରେ ମୁଁ ୩ଘଣ୍ଟାର କନ୍ସର୍ଟ ପାଇଁ ନ୍ୟୁୟର୍କ ଯାଇଥିଲି । ହେଲେ ସେଠାରେ ମୋ ଗଳା ଖରାପ ହେବାେରେ ଲାଗିଲା ସେଥିପାଇଁ ଆଉ ମୁଁ ଗୀତ ବୋଲି ପାରିଲି ନାହିଁ ।

ତେବେ ଶ୍ରେୟା ଘୋଷାଲଙ୍କ ଏହି ପୋଷ୍ଟକୁ ଦେଖି ଦର୍ଶକମାନେ ଦୁଃଖିତ ହୋଇଯାଇଛନ୍ତି । ଶ୍ରେୟାଙ୍କ ପାଇଁ ସବୁ ୟୁଜର୍ସ ମାନେ ଆର୍ଶିବାଦ ପ୍ରାର୍ଥନା କରିଛନ୍ତି । ବର୍ତ୍ତମାନ ଶ୍ରେୟା ସମ୍ପୂର୍ଣ୍ଣ ଠିକ ଅଛନ୍ତି ହେଲେ ତାଙ୍କ ଶ୍ୱର ଚାଲିଯାଇଛି । ଗୋଟେ ବଡ ସିଙ୍ଗର ପାଇଁ ନିଜ କଣ୍ଠସ୍ୱର ଚାଲିଯିବା ଗୋଟେ ଭୟାନକ ସ୍ୱପ୍ନ ଠାରୁ କିଛି କମ ନୁହେଁ । କିନ୍ତୁ ଶ୍ରେୟା ଏହାର ସାମ୍ନା କରିଛନ୍ତି ।

ଶ୍ରେୟା ଘୋଷାଲ ହେଉଛନ୍ତି ଜଣେ ଉଚ୍ଚକୋଟୀର ସିଙ୍ଗର । ସେ ୪ଟି ନ୍ୟାସନାଲ ଆୱାର୍ଡ ଜିତିଛନ୍ତି । ଶ୍ରେୟା ବଲିଉଡର ଶହଶହ ଫିଲ୍ମରେ ଗୀତ ଗାଇ ପ୍ରଖ୍ୟାତ ହୋଇସାରିଛନ୍ତି । ଏହାଛଡା ସେ ବହୁ ରିଆଲିଟି ଶୋରେ ଜର୍ଜ ହୋଇଛନ୍ତି । ଶ୍ରେୟା କେବଳ ହିନ୍ଦୀ ନୁହେଁ ଅନେକ ଭାଷାରେ ସେ ଗୀତ ବୋଲିଛନ୍ତି । କହିବାକୁ ଗଲେ ସେ ଭାରତର ଦ୍ୱିତୀୟ ଲତା ମଙ୍ଗେସ୍କର ରୂପେ ପରିଚିତ । ଭଗବାନଙ୍କ ପାଖେ ଏତିକି ପାର୍ଥନା ସେ ଶୀଘ୍ର ଠିକ ହୋଇଯାଆନ୍ତୁ ବୋଲି ସବୁ ପ୍ରଶଂସକଙ୍କ ମୁହଁରେ ଶୁଅ ଛୁଟିଛି ।

 

Get real time updates directly on you device, subscribe now.