fbpx

ଭାଇ, ଭାଉଜ ଓ ପୁତୁରାକୁ କୁରାଢ଼ିରେ ହାଣି ହତ୍ୟା; ହାଣିବା ପରେ ଗଣେଶ ମଣ୍ଡପରେ ଯାଇ ବସିଲା ଅଭିଯୁକ୍ତ

ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ନିଜ ୪୦ ବର୍ଷୀୟ ଭାଇ, ଭାଉଜ ଓ ପୁତୁରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରବିବାର ସକାଳେ କରଜତ ଅଞ୍ଚଳର କଲାମ୍ବ ଗ୍ରାମରେ ନଦୀ କୂଳରେ ଥିବା ଘର ପଛପଟରୁ ପରିବାରର ତିନି ସଦସ୍ୟ ମଦନ ପାଟିଲ, ତାଙ୍କ ୩୫ ବର୍ଷୀୟ ପତ୍ନୀ ଓ ୧୧ ବର୍ଷର ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ୭ ମାସର ଗର୍ଭବତୀ ଥିବା ପୋଲିସ କହିଛି।

ସେ କହିଛନ୍ତି ଯେ ପୀଡ଼ିତମାନଙ୍କୁ କୁରାଢ଼ିରେ ହଣାଯାଇଛି ଏଥିସହ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ମଦନ ପାଟିଲଙ୍କ ଭାଇ ହନୁମନ୍ତ ପାଟିଲଙ୍କୁ ପୁଲିସ ସୋମବାର ଗିରଫ କରିଛି ବୋଲି ନେରାଲର ଜଣେ ପୋଲିସ ଅଧିକାରୀ କହିଛନ୍ତି। ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏହି ଟ୍ରିପଲ ମର୍ଡର କରାଯାଇଥିବା ସେ କହିଛନ୍ତି। ରବିବାର ୩ ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସୋମବାର ସକାଳେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଗଣେଶ ମଣ୍ଡପ ବାହାରେ ରହିଥିଲା।

ତେବେ ସେ ଆସିବା ର ସମୟ ସିସିଟିଭି କ୍ୟାମେରାରେ ଜଣାପଡିଥିଲା। ପ୍ରଥମେ ଅଭିଯୁକ୍ତ ଜଣକ ପୁଲିସକୁ ବିଭ୍ରାନ୍ତ କରିବା ସହ ଅପରାଧରେ ନିଜ ଭୂମିକାକୁ ଅସ୍ୱୀକାର କରିଥିଲେ ମଧ୍ୟ ପରେ ତାଙ୍କୁ ଗିରଫ କରାଯାଇଥିଲା। ଗଭୀର ପଚରାଉଚରା ପରେ ସେ ୩ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କହିଛି।

Get real time updates directly on you device, subscribe now.