fbpx

କାଲି ମହାଶିବରାତ୍ରୀ; ସୃଷ୍ଟି ହେଉଛି ଗଜକେଶରୀ ଯୋଗ, ଚମକିବେ ଏହି ରାଶି ବାଲା ଜାତକ

ଓଡ଼ିଶା ଭାସ୍କର: ପ୍ରତି ବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶିବଭକ୍ତଙ୍କ ଲାଗି ଏହି ପର୍ବ ବହୁତ ଖାସ୍ ହୋଇଥାଏ । ଚଳିତ ବର୍ଷ ମହାଶିବରାତ୍ରୀ ବ୍ରତ ୮ ମାର୍ଚ୍ଚ ଶୁକ୍ରବାର ପଡୁଛି । ପ୍ରଭୁ ଭୋଳାଶଙ୍କରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହିଦିନ ଶ୍ରେଷ୍ଠ ମନାଯାଏ ।

ମହାଶିବରାତ୍ରୀକୁ ମିଳନର ଦିନ ମନେ କରାଯାଏ । ଏହିଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ବର୍ଷ ଶିବରାତ୍ରୀ ବହୁତ ଖାସ୍ ରହିଛି । କାରଣ ଏହିଦିନ ବହୁ ଶୁଭ ଯୋଗ ସୃଷ୍ଟି ହେଉଛି । ୩୦୦ବର୍ଷ ପରେ ଏହିଦିନ ସର୍ବାର୍ଥ ସିଦ୍ଧି ଯୋଗ, ଶିବଯୋଗ, ସିଦ୍ଧଯୋଗ, ଲକ୍ଷ୍ମୀ ଯୋଗ ଓ ଗଜକେଶରୀ ଯୋଗ ସୃଷ୍ଟି ହେଉଛି । ପ୍ରକୃତରେ ଚନ୍ଦ୍ର ଓ ଗୁରୁଙ୍କ ପ୍ରବଳ ଯୋଗ ଶୁଭ ସଂଯୋଗ ସୃଷ୍ଟି କରୁଛି ଓ ଏହାର ସଂଯୋଗରେ ଗଜକେଶରୀ ଯୋଗ ସୃଷ୍ଟି ହେଉଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ଗଜକେଶରୀ ଯୋଗରୁ କେଉଁ ରାଶି ଉପରେ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ମିଥୁନ: ଏହି ଶୁଭ ସଂଯୋଗ ମିଥୁନ ରାଶି ପାଇଁ ବହୁତ ଖାସ୍ ରହିବ । ଏହି ରାଶିର ଲୋକଙ୍କୁ ଅଚାନକ ଧନ ଲାଭ ହେବ । ଏହାସହିତ ଚାକିରୀରେ ପଦୋନ୍ନତି ଓ ବ୍ୟବସାୟରେ ଭଲ ଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ବିଛା: ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଆୟ ବୃଦ୍ଧି ଘଟିବ । ଧନ ଆଗମନର ନୂଆ ମାର୍ଗ ଖୋଲିଯିବ । କ୍ୟାରିୟରରେ ବି ଉନ୍ନତି ହେବ ।
କୁମ୍ଭ: ଏହି ଯୋଗ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ । ଏହି ସମୟ ନିବେଶ ଲାଗି ଅତ୍ୟନ୍ତ ଶୁଭ । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିପାରିବେ । ଏହା ସହିତ ବ୍ୟବସାୟରେ ଭଲ ଲାଭ ପାଇବେ ।

Get real time updates directly on you device, subscribe now.