fbpx

ଏଭଳି ଲୋକଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ମହାବୀର: ପୂଜା-ପାଠରେ ବି ଶାନ୍ତ ହୁଅନ୍ତିନି ରାମଭକ୍ତ

ଓଡ଼ିଶା ଭାସ୍କର: ରାମଭକ୍ତ ହନୁମାନଙ୍କ ସାଧନା କରୁଥିବା ସାଧକ ମାନଙ୍କୁ ମହାବୀର ସମସ୍ତ କଷ୍ଟରୁ ମୁକ୍ତି ଦେଇଥାନ୍ତି ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ମଙ୍ଗଳବାର ହନୁମାନଙ୍କ ଆରାଧନା ପାଇଁ ବେଶ୍ ଉତ୍ତମ ଦିନ ବୋଲି କୁହାଯାଇଛି । ଏହିଦିନ ସାଧକ ହନୁମାନଙ୍କ କୃପା ପ୍ରାପ୍ତି ପାଇଁ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ସମସ୍ତ ପୂଜା ପାଠ ପରେ ମଧ୍ୟ ବୀର ବଜରଙ୍ଗୀ କିଛି ଲୋକମାନଙ୍କ ଉପରେ ରୋଷ ରହିଥାନ୍ତି । ସଦାସର୍ବଦା ଏହି ଲୋକମାନଙ୍କ ଉପରେ କ୍ରୋଧିତ ରହିଥାନ୍ତି ମହାବୀର ହନୁମାନ । ତେବେ ଆସନ୍ତୁ ଜାଣିବା ଏଭଳି ଲୋକମାନଙ୍କ ବିଷୟରେ…

ଯେଉଁ ବ୍ୟକ୍ତି ସବଦା ଅହଂକାରରେ ବୁଡ଼ି ରହିଥାଏ କିମ୍ବା ନିଜକୁ ଅନ୍ୟମାନଙ୍କ ଅପେକ୍ଷା ବଡ଼ ବୋଲି ବିବେଚନା କରିଥାଏ, ସେମାନଙ୍କ ଉପରେ ସର୍ବଦା ଅସନ୍ତୋଷ ରହିଥାନ୍ତି ହନୁମାନ । ଏଭଳି ଲୋକମାନଙ୍କ ଉପରେ ହନୁମାନଙ୍କ କୃପା ବୃଷ୍ଟି ହୋଇନଥାଏ । ତେବେ ଯଦି ଆପଣ ବଜରଙ୍ଗୀଙ୍କ କୃପାର ପାତ୍ର ହେବାକୁ ଚାହୁଁଛନ୍ତି, ତେବେ ଅହଂକାର ତ୍ୟାଗ କରିବା ସହ ମହାବୀରଙ୍କୁ ସ୍ମରଣ କରନ୍ତୁ ।

କୁହାଯାଏ ଯେ, ଲୋକମାନେ ଅନ୍ୟର ସଫଳତାରେ କେବେ ଖୁସି ହୋଇନଥାନ୍ତି ଏବଂ ସେମାନଙ୍କ ଖୁସି ଦେଖି ଏମାନେ ଇର୍ଷା କରିଥାନ୍ତି । ଏଭଳି ଲୋକମାନଙ୍କ ପ୍ରତି ମଧ୍ୟ ହନୁମାନ ଅସନ୍ତୋଷ ରହିଥାନ୍ତି । ତେଣୁ କୌଣସି ବ୍ୟକ୍ତିଙ୍କୁ ଅନ୍ୟର ଖୁସିରେ ଇର୍ଷାପରାୟଣ ହେବା ଉଚିତ୍ ନୁହେଁ । ଅନ୍ୟମାନଙ୍କ ଖୁସିରେ ନିରେ ସାମିଲ ହୋଇ ଖୁସି ହେବା ଉଚିତ୍ ।

ଯେଉଁ ବ୍ୟକ୍ତି ସର୍ବଦା ନକରାତ୍ମକ ଚିନ୍ତାଧାରା ଜୀବନ କାଟୁଥାନ୍ତି କିମ୍ବା ଜୀବନରେ କେବେ ଆଗକୁ ଯିବାର ଚିନ୍ତା କରି ନଥାନ୍ତି, ସେମାନଙ୍କୁ ମହାବୀରଙ୍କ କୃପା ମଧ୍ୟ ମିଳିନଥାଏ । ସେହିପରି ଅନ୍ୟମାନଙ୍କ ମନୋବଳ ହ୍ରାସ କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ହନୁମାନ ମହାରାଜ ଅସନ୍ତୋଷ ରହିଥାନ୍ତି । ତେଣୁ ଯଥାଶୀଘ୍ର ଏହି ଅଭ୍ୟାସରୁ ଦୂରେଇ ଯାଆନ୍ତୁ ।

ତେବେ ହନୁମାନଙ୍କ କୃପା ପାଇବାକୁ ଚାହୁଁଥିଲେ ନିଜକୁ ଶାନ୍ତ ରଖିବା ଶିଖନ୍ତୁ । ଏଥିପାଇଁ କେହି ଗୁରୁଜନ ବା ବୟସରେ ବଡ଼ ଲୋକମାନଙ୍କ ଅପମାନ କରନ୍ତୁ ନାହିଁ ଏବଂ ବିନା କାରଣରେ କ୍ରୋଧ ମଧ୍ୟ କରନ୍ତୁ ନାହିଁ । କାରଣ ଏଭଳି ସ୍ୱଭାବ ଥିବା ଲୋକମାନଙ୍କୁ ହନୁମାନ ପସନ୍ଦ କରନ୍ତି ନାହିଁ । ସେହିପରି ଯେଉଁ ବ୍ୟକ୍ତି ଅଧର୍ମ ରାସ୍ତାରେ ଚାଲିଥାଏ ଏବଂ ଅନ୍ୟକୁ ମଧ୍ୟ ଏହି ରାସ୍ତାରେ ଚାଲିବା ପାଇଁ ପ୍ରେରିତ କରିଥାଏ, ସେହିଭଳି ବ୍ୟକ୍ତିଙ୍କଉପରେ ସର୍ବଦା ହନୁମାନ ଅସନ୍ତାଷ ରହିଥାନ୍ତି । ତେଣୁ ଏଭଳି ଅଭ୍ୟାସରୁ ବିରତ ହୋଇ ପାରିଲେ ମହାବୀରଙ୍କ କୃପା ଲାଭ ହେବ ।

Get real time updates directly on you device, subscribe now.