fbpx

୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ଯାଇ ଫସିଗଲେ ମାଓବାଦୀ, ସମର୍ଥକ ମହେଶ ବାଡସେ ଗିରଫ

ରାୟପୁର : ଚଳିତ ବର୍ଷ ମେ’ ମାସରେ ୨୦୦୦ ଟଙ୍କିଆ ନୋଟ ବଦଳ ପାଇଁ ଆରବିଆଇ ସୂଚନା ଦେଇଥିଲା । ଏହି ନୋଟ ବଦଳି ସେପ୍ଟେମ୍ବର ମାସ ୩୦ ଯାଏଁ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହାରି ମଧ୍ୟରେ ଅସୁବିଧାରେ ପଡିଛନ୍ତି ଆତଙ୍କବାଦୀ ଦଳ । ନୋଟ ବଦଳ ପାଇଁ ପାଉନାହାନ୍ତି ରାସ୍ତା । ଯାହାଫଳରେ ଧରାପଡୁଛନ୍ତି । ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଛଡିଶଗଡ଼ରେ ପୁଣି ମାଓବାଦୀଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ ବଦଳିରେ ଛତିଶଗଡ଼ରେ ପୁଣି ଆତଙ୍କବାଦୀଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ ଜବତ କରାଯାଇଛି । ଏଥିରେ ୬ ଲକ୍ଷ ୨୦ ହଜାର ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଜବତ ହୋଇଛି । ଟଙ୍କା ବଦଳାଇବା ପାଇଁ ଆସିଥିବା ବେଳେ ପୋଲିସ ହାତରେ ପଡିଯାଇଛି ମାଓବାଦୀ । ବିଜାପୁର ଆୱାପାଲି ପେଟ୍ରୋଲ ପମ୍ପ ନିକଟରେ ମାଓବାଦୀଙ୍କୁ ପୋଲିସ ମାଡି ବସିଛି । ଏଥିରେ ମାଓ ସମର୍ଥକ ମହେଶଙ୍କୁ ଗିରଫ କରାଯାଇଛି ।

ମାଓବାଦୀଙ୍କ ଠାରୁ ୯ ଲକ୍ଷ ବଦଳାଇବାକୁ ଆଣିଥିଲେ । ମାସକ ଭିତରେ ଏହି ମାଓବାଦୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଜବତ କରାଯାଇଛି । ସରକାରଙ୍କ ଏପରି ନିଷ୍ପତ୍ତି ମାଓବାଦୀଙ୍କ କଳା ଟଙ୍କା ଉପରେ ପ୍ରଭାବ ପକାଇଛି । କେଉଁଠି ଟଙ୍କା ବଦଳାଇବେ ତାହା ସେମାନେ ଜାଣି ପାରୁନାହାନ୍ତି । ଶେଷରେ ଅନେକ କଳା ଟଙ୍କାକୁ ପାଣିରେ ମଧ୍ୟ ଫିଙ୍ଗି ଦିଆଯାଉଛି ।

Get real time updates directly on you device, subscribe now.