fbpx

ଶ୍ରାବଣ ମାସ ଏହି ଦିନରୁ ଆରମ୍ଭ: ହେବାକୁ ଯାଉଛି ଶୁଭ ସଂଯୋଗ, ଜାଣନ୍ତୁ ପୂଜା ବିଧି ଓ ମହତ୍ତ୍ୱ

ଭୁବନେଶ୍ୱର : ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୦୪ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ଏହି ମାସଟି ଶିବଙ୍କ ପ୍ରିୟର ମାସ ବୋଲି ମନେକରାଯାଏ । ଏହି ବର୍ଷ ଶ୍ରାବଣ ମାସଟି ବହୁତ ଶୁଭ ହେବ । ଏହି ମାସକୁ ପୂରା ଭାରତ ଧୁମଧାମରେ ପାଳନ କରେ । ଚଳିତ ବର୍ଷ ଏହି ମାସ ଜୁଲାଇ ଠାରୁ ଆରମ୍ଭ ହୋଇ ଅଗଷ୍ଟରେ ଶେଷ ହେବ ।

ଶିବ ପୂରାଣ ଅନୁସାରେ, ଶ୍ରାବଣ ମାସଟିକୁ ବିଶେଷ ମନେ କରାଯାଏ । କାରଣ ଏହି ମାସରେ ଭକ୍ତ ସବୁ କାଉଡ଼ି ରୂପ ଧରି ମହାଦେବଙ୍କ ଚରଣରେ ପାଣି ଅର୍ପଣ କରିବା ପାଇଁ ଯାଆନ୍ତି । ଏହି ବର୍ଷର ଶ୍ରାବଣ ମାସ ୫୯ଦିନ ପର୍ଯ୍ୟନ୍ତ ରହିବ ଏବଂ ଏଥିରେ ୮ଟି ସୋମବାର ରହିଛି । ଏହି ସଂଯୋଗ ପ୍ରାୟ ୧୯ ବର୍ଷ ପରେ ପୁଣି ଆସିଛି । ତିଥି ଅନୁସାରେ, ଏଥର ଗୋଟିଏ ମାସ ଅଧିକ ହେବା କାରଣରୁ ଶ୍ରାବଣ ମାସଟି ୨ମାସ ପର୍ଯ୍ୟନ୍ତ ରହିବ ।ଯୋଡ଼ାମାସର ଆରମ୍ଭ ଜୁଲାଇ ୧୮ ରୁ ଆରମ୍ଭ ହୋଇ ୧୬ ଅଗଷ୍ଟ ପର୍ଯ୍ୟନ୍ତ ରହିବ ।

ଶ୍ରାବଣ ମାସର ସୋମବାର :

ତିଥି ଅନୁସାରେ, ଯୋଡା ମାସ ଯୋଗୁଁ ଏଥର ୮ଟି ସୋମବାର ପାଳନ କରାଯିବ ।

୧୦ ଜୁଲାଇ- ଶ୍ରାବଣ ମାସର ପ୍ରଥମ ସୋମବାର
୧୭ ଜୁଲାଇ- ଶ୍ରାବଣ ମାସର ଦ୍ୱିତୀୟ ସୋମବାର
୨୪ ଜୁଲାଇ- ଶ୍ରାବଣ ମାସର ତୃତୀୟ ସୋମବାର
୩୧ ଜୁଲାଇ- ଶ୍ରାବଣ ମାସର ଚତୁର୍ଥ ସୋମବାର
୦୭ ଅଗଷ୍ଟ- ଶ୍ରାବଣ ମାସର ପଞ୍ଚମ ସୋମବାର
୧୪ ଅଗଷ୍ଟ- ଶ୍ରାବଣ ମାସର ଷଷ୍ଠ ସୋମବାର
୨୧ ଅଗଷ୍ଟ- ଶ୍ରାବଣ ମାସର ସପ୍ତମ ସୋମବାର
୨୮ ଅଗଷ୍ଟ- ଶ୍ରାବଣ ମାସର ଅଷ୍ଟମ ସୋମବାର
୩୧ ଅଗଷ୍ଟ- ଶ୍ରାବଣ ମାସ ଶେଷ ସୋମବାର
୧୮ ଜୁଲାଇ- ଶ୬ାବଣର ଯୋଡ଼ା ମାସ ଆରମ୍ଭ
୧୬ ଅଗଷ୍ଟ- ଶ୍ରାବଣର ଯୋଡ଼ା ମାସ ଶେଷ

ଶ୍ରାବଣ ମାସର ମହତ୍ୱ : ଶ୍ରାବଣ ମାସର ସବୁ ବ୍ରତ ଭଗବାନ ଶିବଙ୍କୁ ଏବଂ ମାଆ ପାର୍ବତୀଙ୍କୁ ସମର୍ପଣ କରାଯାଏ । ଶ୍ରବଣ ମାସରେ କାଉଡ଼ିଙ୍କର ଯାତ୍ରା ବାହାରିଥାଏ । କାଉଡ଼ିରେ ଭଗବାନଙ୍କ ଭକ୍ତମାନେ ଛୋଟ ଛୋଟ କଳସରେ ପବିତ୍ର ନଦୀରୁ ପାଣି ନେଇ, ଗରେୁଆ ରଙ୍ଗର ବସ୍ତ୍ର ପିନ୍ଧି ଠାକୁରଙ୍କ ଲିଙ୍ଗରେ ପାଣି ଢାଳିବା ପାଇଁ ପବିତ୍ର ସ୍ଥାନକୁ ଖାଲି ପାଦରେ ଚାଲି ଚାଲି ଯାଆନ୍ତି ।

ପୂଜା ବିଦ୍ଧି : ଏହି ମାସରେ ସକାଳ ସମୟରେ ଶିବ ମନ୍ଦିରକୁ ଯାଆନ୍ତୁ । ଘରୁ ଏକ କଳସରେ ପାଣି ଭର୍ତ୍ତି କରି, ଖାଲି ପାଦରେ ଚାଲି ମନ୍ଦିରକୁ ଯାଆନ୍ତୁ । ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ । ସେଠାରେ ୧୦୮ ଥର ଶିବଙ୍କ ମନ୍ତ୍ରକୁ ଜପ କରନ୍ତୁ । ପୂଜା ସରିବା ପରେ ଆପଣ ଜଳ ଗ୍ରହଣ କରିପାରିବେ । ପ୍ରଥମ ଦିନରେ ଅନ୍ନ ବସ୍ତ୍ରର ଦାନ କରି ବ୍ରତର ଆରମ୍ଭ କରନ୍ତୁ ।

Get real time updates directly on you device, subscribe now.