ନୂଆ ଲୁକରେ ଲଞ୍ଚ ହେଲା Mahindra Bolero SUV

ଭାରତୀୟ ବଜାରରେ ଲଞ୍ଚ ହେଲା Mahindra Bolero ର ନୂଆ ବୋଲ୍ଡ ଏଡିସନ୍ । ତେବେ କଣ ରହିଛି ଏହାର ନୂଆ ଫିଚର୍ସ ? ଚାଲନ୍ତୁ ଜାଣିବା ।

ନୂଆଦିଲ୍ଲୀ: ଭାରତୀୟ ବଜାରରେ ନୂଆ ଲୁକରେ ଲଞ୍ଚ ହେଲା Mahindra Bolero SUV । ମାରୁତି ସୁଜୁକି ପରେ ମହିନ୍ଦ୍ରା ଏକମାତ୍ର କମ୍ପାନୀ ଯିଏ ସର୍ବାଧିକ ସଂଖ୍ୟକ SUV ସେଲ୍ କରେ । ଏହି ସଫଳତାକୁ ଆହୁରି ବୃଦ୍ଧି କରିବା ପାଇଁ, ମହିନ୍ଦ୍ରା ଏବେ ଦୁଇଟି ନୂଆ ବୋଲେରୋ ଏବଂ ବୋଲେରୋ ନ୍ୟୁ “ବୋଲ୍ଡ ଏଡିସନ” ଲଞ୍ଚ କରିଛି । ଯାହାର ଅଫିସିଆଲ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ରିଲିଜ୍ କରିଛି ।

2025 ମହିନ୍ଦ୍ରା ବୋଲେରୋ

ଏହି ବୋଲେରୋଟି ପୂର୍ବ ଅପେକ୍ଷା ଅଧିକ ଷ୍ଟାଇଲିସ୍ ଏବଂ ଆକର୍ଷଣୀୟ ଦେଖାଯାଉଛି । ଭିଡିଓ କ୍ଲିପ୍ ଆଧାରରେ, ବୋଲେରୋଟି ଲୋକପ୍ରିୟ ଡାଇମଣ୍ଡ ହ୍ୱାଇଟ୍ ରଙ୍ଗର ଅଟେ, ଯାହାର ସାଇଡ୍ ଏବଂ ଡୋର ପ୍ୟାନେଲରେ ତିନୋଟି ଗ୍ରାଫିକ୍ସ ରହିଛି ।  କାରର ଇଣ୍ଟେରିୟରରେ ପ୍ରିମିୟମ୍ ବ୍ଳାକ୍ କଲର୍ ବ୍ୟବହାର କରାଯାଇଛି, ଯାହା ଏହି କାରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ଅନ୍ୟପକ୍ଷରେ, ମହିନ୍ଦ୍ରା ଲୋଗୋରେ ଏକ ଚମକଦାର କ୍ରୋମ୍ ଟଚ୍ ଅଛି ।

ଇଣ୍ଟରିୟର ଡିଜାଇନ ଏବମ ଲେଆଉଟ

ବୋଲେରୋର ଭିତର ଡିଜାଇନ୍ ଏବଂ ଲେଆଉଟ୍ ସମାନ ରହିଛି । ବ୍ଲୁଟୁଥ୍ ସାଉଣ୍ଡ ସିଷ୍ଟମ୍ ମଧ୍ୟ ଆଗଭଳି ରହିଛି। ଏହି ଭର୍ସନରେ କୌଣସି ମେକାନିକାଲ୍ ପରିବର୍ତ୍ତନ କରାଯାଇ ନାହିଁ ଅର୍ଥାତ୍ ଏହାର ଇଞ୍ଜିନ ଏବଂ ପାୱାରଟ୍ରେନ୍ ପୁରୁଣା ଇଞ୍ଜିନ ଭଳି ।

2025 ମହିନ୍ଦ୍ରା ବୋଲେରୋ ନ୍ୟୁ ବୋଲ୍ଡ ଏଡିଶନ

ଏହା ବ୍ୟତୀତ, ବୋଲେରୋ ନିଓ ବୋଲ୍ଡ ଭର୍ସନରେ କିଛି ଏକ୍ସଟ୍ରା ଫିଚର୍ସ ମଧ୍ୟ ଯୋଡାଯାଇଛି ଯାହା ଏହାକୁ ନିୟମିତ ଭର୍ସନଠାରୁ ଭିନ୍ନ କରିଥାଏ । ଏଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି – ରୁଫ୍ ରେଲ୍, ଯାହା କାରକୁ ଏକ ସ୍ପୋର୍ଟି ଏବଂ ଆଗ୍ରେସିଭ୍ ଲୁକ୍ ଏବଂ ରିୟର ଭ୍ୟୁ କ୍ୟାମେରା ଦେଇଥାଏ ଯାହା ପାର୍କିଂ ଏବଂ ବ୍ୟାକିଂକୁ ସହଜ ଏବଂ ସୁରକ୍ଷିତ କରିଥାଏ ।