fbpx
BSKY
BJD SHG SKY
BJD YOUTH SKY

ହୀରାନନ୍ଦାନୀଙ୍କୁ ଅଧିକ ଯାଞ୍ଚ କରାଯାଉ: ଲୋକସଭା ଏଥିକ୍ସ କମିଟିକୁ ମହୁଆ ମୋଇତ୍ରାଙ୍କ ଅନୁରୋଧ

ନୂଆଦିଲ୍ଲୀ: ତୃଣମୁଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଲୋକସଭା ଏଥିକ୍ସ କମିଟିକୁ ଏକ ବିଶେଷ ଅନୁରୋଧ କରିଛନ୍ତି । ତାଙ୍କ ଅନୁରୋଧ ଅନୁଯାୟୀ, ଦର୍ଶନ ହୀରାନନ୍ଦାନୀଙ୍କୁ ବିଶେଷ ଭାବେ ଯାଞ୍ଚ କରାଯାଉ । ମହୁଆ ଲିଖିତ ଆକାରରେ ଏପରି ଅନୁରୋଧ କରିଛନ୍ତି । ସେ ଏଥିକ୍ସ କମିଟିକୁ ପତ୍ର ଲେଖି ଏହି ଅନୁରୋଧ କରିଛନ୍ତି ।

ଗତ ସେପ୍ଟେମ୍ବର ୧୬ ତାରିଖରେ ମହୁଆଙ୍କ ଉପରେ ଗୁରୁତର ଅଭିଯୋଗ ଆସିଥିଲା । ମହୁଆ ପାର୍ଲିଆମେଣ୍ଟରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଏଥିକ୍ସ କମିଶନରେ ମହୁଆଙ୍କ ବିରୋଧରେ ଶୁଣାଣି ହେବାକୁ ଥିଲା । ତେବେ ଆସନ୍ତା ନଭେମ୍ବର ୨ ତାରିଖରେ ଏହି ଶୁଣାଣି ହେବାକୁ ଥିବାବେଳେ ମହୁଆ ଏପରି ଏକ ଆବେଦନ କରିଛନ୍ତି ।

ତେବେ ବିଜେପି ନେତା ନିଶିକାନ୍ତ ଦୁବେ ଏବଂ ଓକିଲ ଜୟ ଅନନ୍ତ ଦୋହଦ୍ରାଇ ଆଗରୁ ଏଥିକ୍ସ କମିଟିରେ ହାଜର ହୋଇସାରିଛନ୍ତି । ତେବେ ଏମାନଙ୍କ ଶୁଣାଣି ପରେ କମିଟି ମହୁଆଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ମହୁଆ ନଭେମ୍ବର ୫ ପରେ ଉପସ୍ଥିତ ହେବା ପାଇଁ ଅନୁରୋଧ କରିଥିଲେ ।
ଏହି ମାମଲାରେ ବିଜେପି ନେତା ନିଶିକାନ୍ତ ଆରମ୍ଭରୁ ଟିଏମସି ବିପକ୍ଷରେ ଥିଲେ । ଏପରିକି କିଛି ଦିନ ତଳେ ମହୁଆଙ୍କ ସଂସଦୀୟ ପୋର୍ଟାଲର ଲଗଇନ ଆଇଡି ଓ ପାସୱାର୍ଡ଼ ସହିତ ଗୋଳମାଳ କରିଥିବା ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ ସୋସିଆଲ ମିଡିଆ ପ୍ଲାଟଫର୍ମ “ଏକ୍ସ’ରେ ଏକ ପୋଷ୍ଟ କରିଥିଲେ ।

Get real time updates directly on you device, subscribe now.