fbpx

ରିଲିଜ ହେଲା ‘ମେଁ ଅଟଳ ହୁଁ’ର ଟ୍ରେଲର: ଦେଖନ୍ତୁ ପଙ୍କଜ ତ୍ରିପାଠୀଙ୍କର ରୋମାଞ୍ଚକର ଝଲକ

ମୁମ୍ବାଇ: ଭାରତର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ନେତା ଅଟଳ ବିହାରୀ ବାଜପାୟୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କରାଯାଇଥିବା ଚଳଚ୍ଚିତ୍ରର ଆଜି ଟ୍ରେଲର ରିଲିଜ ହୋଇଛି । ‘ମେଁ ଅଟଳ ହୁଁ ‘ ନାମକ ଏହି ଫିଲ୍ମର ପ୍ରାୟ ୪ ମିନିଟର ଟ୍ରେଲର ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଛି । ତେବେ ଏହି ଚଳଚ୍ଚିିତ୍ରରେ ବାଜପାୟୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ ନଜର ଆସିବେ । ତେବେ ବାଜପାୟୀ ଜଣେ ରାଜନେତା ହେବା ସହ ଜଣେ ଭଲ କବି ମଧ୍ୟ ଥିଲେ । ଏହି କାରଣରୁ ତାଙ୍କ ଜୀବନୀ ବର୍ତ୍ତମାନ ସମୟରେ ଲୋକମାନଙ୍କ ଉପରେ ଭଲ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

ଭାନୁଶାଲୀ ଷ୍ଟୁଡିଓସ୍ ଏବଂ ଲେଜେଣ୍ଡ ଷ୍ଟୁଡିଓ ବ୍ୟାନରରେ ଏହି ଚଳଚ୍ଚତ୍ରଟି ପ୍ରସ୍ତୁତ କରାଯାଇଛି । ତେବେ ଏହି ଫିଲ୍ମରେ ଅଟଳଙ୍କ ଚରିତ୍ର ଏବଂ ଏହାର ମେକଅପ ପଙ୍କଜଙ୍କୁ ବେଶ ଭଲ ଭାବେ ସୁଟ୍ କରୁଛି । ତେବେ ଏଥିରେ ଅଟଳଙ୍କ ଜୀବନର ପ୍ରତ୍ୟେକଟି ଘଟଣାକୁ ବେଶ ସୂକ୍ଷ୍ମ ଭାବରେ ଚିତ୍ରାୟିତ କରାଯାଇଛି । ତାଙ୍କ ଜୀବନର ପ୍ରତ୍ୟେକଟି ଘଟଣାକୁ ଏହି ଫିଲ୍ମରେ ଉତ୍ତୋଳନ କରାଯିବାକୁ ଚେଷ୍ଟା କରାଯାଇଛି । ତେବେ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀ ମାସ ୧୯ ତାରିଖରେ ରିଲିଜ ହେବାର ଯୋଜନା ରହିଛି ।

ଭାରତର ୧୦ମ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତାଙ୍କ ଉପରେ ପ୍ରସ୍ତୁତ କରାଯାଇଥିବା ଏହି ବାୟୋପିକକୁ ନେଇ ଅନେକ ଦିନ ଧରି ବେଶ ଚର୍ଚ୍ଚା ଲାଗିରହିଥିଲା । ତେବେ ୩ ଥର ପ୍ରଧାନମନ୍ତ୍ରୀ ପଦବୀ ସମ୍ଭାଳିଥିବା ଅଟଳ ଏପରି ଜଣେ ନେତା ଥିଲେ ଯାହାଙ୍କୁ ସମସ୍ତ ଦଳରୁ ସମ୍ମାନ ମିଳିଥିଲା ।

ତେବେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ରବି ଯାଦବ ଦେଇଛନ୍ତି । ତେବେ ଚଳଚ୍ଚିତ୍ର ଦେକି ଏହା ସ୍ପଷ୍ଟ ହେଉଛି ଯେ ନିର୍ମାତାମାନେ ସଂଳାପକୁ ନେଇ ବେଶ ପରିଶ୍ରମ କରିଛନ୍ତି । ଏହା ସହିତ ପଙ୍କଜଙ୍କର ଗେଟଅପ ମଧ୍ୟ ବେଶ ଆକର୍ଷଣୀୟ ରହିଥିବା ଦେଖିବାକୁ ମିଳିଛି । ତେବେ ଏହାର ସଙ୍ଗୀତ ନିର୍ଦ୍ଦେଶନା ସଲିମ-ସୁଲେମାନ ଦେଇଛନ୍ତି ।

Get real time updates directly on you device, subscribe now.