fbpx

ସାମନ୍ତରାପୁର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଏହି ମାମଲାରେ ୨ ସୁପାରୀକିଲରଙ୍କୁ ଗିରଫ କରାଯାଇଛି । ୨ ଜଣ ହେଉଛନ୍ତି ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ୱାଳ । ୨ ଜଣଙ୍କୁ ବାଲିଗୁଡା ତୁମୁଡାବନ୍ଧରୁ ଗିରଫ କରାଯାଇଛି । ଅପରାଧୀଙ୍କୁ ଘରେ ରଖିବା ମାମଲାରେ ମଧ୍ୟ ଜଣଙ୍କୁ ଗିରଫ କରାଯାଇଛି । ସୁପାରି କିଲର ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ନେଇଥାନ୍ତା । ଅଗ୍ରୀମ ଆକାରରେ ଶ୍ରୀତିକକୁ ୧୦ ହଜାର ଦିଆଯାଇଥିଲା । ପରେ ବାକି ୪୦ ହଜାର ଓ ଓକିଲ ଖର୍ଚ୍ଚ ବହନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ବ୍ୟବସାୟିକ ଶତ୍ରୁତା ପାଇଁ ରାଜା ବେହେରା ସୁପାରୀ ଦେଇଥିଲେ । ଘଟଣା ଦିନ ଶ୍ରୀତିକ ଶମ୍ଭୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା । ଅନ୍ୟତମ ଅଭିଯୁକ୍ତ ଆଶୁତୋଷ ସେଦିନ ବାଇକ ଚଳାଉଥିଲା । ଘଟଣାରେ ଏଯାଏଁ ୯ ଜଣଙ୍କୁ ଗିରଫ କରାଗଲାଣି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଦୋଷୀଙ୍କୁ ଦଣ୍ଡ ସହ ପୀଡିତ ପରିବାରଙ୍କୁ ନ୍ୟାୟ ମିଳିବା ଆଶା ରହିଛି ।’

Get real time updates directly on you device, subscribe now.