fbpx

[Video] ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା; ଭରତପୁର ଥାନାରେ କ’ଣ କହିଥିଲେ ଅଙ୍କିତା, ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା, ସାମ୍ନାକୁ ଆସିଲା ଭରତପୁର ଥାନା ଭିତରର ଭିଡିଓ । ସେଦିନ ରାତିରେ FIR ଦେବାବେଳର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ମେଜରଙ୍କ ବାନ୍ଧବୀ କଣ ସବୁ କହିଥିଲେ, ସେ ସବୁ ଏବେ ସମ୍ନାକୁ ଆସିଛି । FIRର ଫୁଲ ଫର୍ମ କହିବା ସହ ପୋଲିସମାନଙ୍କର ଡିୟ୍ୟୁଟି କିପରି ହେବା ସଥା ସେ ସମ୍ପର୍କରେ କହୁଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତା ।

ଯାହାକୁ ନେଇ ଏବେ ରାଜନୈତିକ ରଙ୍ଗ ଲାଗିଲାଣି । ବିଭିନ୍ନ ମହଲରେ ବିରୋଧାଚରଣ ଦେଖିବାକୁ ମିଳୁଛି । ସାଧାରଣରେ ଏବେ ସବୁଠୁ ବଡ଼ ପ୍ରଶ୍ନ ଏତେ ବଡ଼ ଥାନା, ତାହା ପୁଣି ରାଜଧାନୀ ଉପରେ ହେଲେ ସିସିଟିଭି ନାହିଁ । ସିସିଟିଭି ନଥିବା କଥାକୁ ନେଇ ପୁରା ଦେଶରେ ଚର୍ଚ୍ଚାକୁ ଆସିଲାଣି ଭରପୁର ଥାନା । ସେପଟେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଆଜି ଚିଠି ଲେଖିଚନ୍ତି ସେନା ଅଧିକାରୀ ।

ଚିଠି ଲେଖିଲେ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ । ‘ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନାଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି । ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି ।’ ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା ଅଧିକାରୀ ।

Get real time updates directly on you device, subscribe now.