Breaking; ସୁଭଦ୍ରା ଯୋଜନାରେ ହେଲା ବଡ଼ ପରିବର୍ତ୍ତନ: ହିତାଧିକାରୀ ପାଇବେ ଏହି ସୁବିଧା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆସିଲା ସ୍ୱତନ୍ତ୍ର ବ୍ୟବସ୍ଥା; ପୋର୍ଟାଲରେ ପରିବର୍ତ୍ତନ କଲେ ସରକାର

ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଣିକି ଶହ ଶହ ହିତାଧିକାରୀଙ୍କୁ ମିଳିବ ଆଉ ଏବ ସୁବିଧା । ପୁଣିଥରେ ଯୋଜନାରେ ନିଜକୁ ସାମିଲ କରିପାରିବେ ହିତାଧିକାରୀ ।

ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଯୋଜନାରୁ ଭୁଲ ବଶତଃ ଅପ୍ଟ ଆଉଟ୍ ହୋଇ ଯାଇଥିବା ମହିଳା ହିତାଧିକାରୀ ମାନଙ୍କୁ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସାମିଲ ହେଲା ଏହି ବ୍ୟବସ୍ଥା: ସୁଭଦ୍ରା ଯୋଜନାର ପୋର୍ଟାଲରେ ଅପ୍ଟ ଇନ୍ ପାଇଁ ବ୍ୟବସ୍ଥା ଯୋଡ଼ିଛନ୍ତି ସରକାର । ଯୋଜନାରୁ ଅପ୍ଟ ଆଉଟ ହୋଇ ଯାଇଥିବା ହିତାଧିକାରୀ ମାନେ ଏହି ବ୍ୟବସ୍ଥା ଜରିଆରେ ପୁଣିଥରେ ଯୋଜାନରେ ସାମିଲ ହୋଇପାରିବେ ।

ବ୍ୟସ୍ତ ହୁଅନ୍ତୁ ନାହିଁ: ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ ।

ଏହାପରେ ଆରଆଇ ମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରାଇନେବାକୁ ସେ ହିତାଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ଦିନ ଆସିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା: ସୁଭଦ୍ରା ଟଙ୍କା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଜାନୁଆରୀ 15ତାରିଖ ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ସର୍ଭେ ଅବଧିଙ୍କୁ ମଧ୍ୟ ବୃଦ୍ଧି କରାଯାଇଥିବା କଥା ସୂଚନା ଦେଇଛନ୍ତି ।