fbpx

ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ନିୟମରେ ବଡ ପରିବର୍ତ୍ତନ, ଜୁନ୍ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ଆଉ ଆପଣଙ୍କୁ ଏବେ ସରକାରୀ ଆଞ୍ଚଳିକ ପରିବହନ ଅଫିସ୍‌(ଆର୍‌ଟିଓ)ରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । କାରଣ ଏବେ ଘରୋଇ ସଂସ୍ଥା ମଧ୍ୟ ଡ୍ରାଇଭିଂ ଟେଷ୍ଟ କରିପାରିବେ ଓ ସାର୍ଟିଫିକେଟ୍ ଇସ୍ୟୁ କରିପାରିବେ । ଏହି ସାର୍ଟିଫିକେଟ୍ ଦେଖାଇବା ପରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ।

ଏହି ନୂଆ ନିୟମ ଜୁନ୍ ୧, ୨୦୨୪ରୁ ପ୍ରଭାବଶାଳୀ ହେବ । ଲୋକମାନଙ୍କୁ ଏହି ସୂଚନା ଦେବାକୁ ବିଜ୍ଞପ୍ତି ଜାରି କରାଯାଇସରିଛି । ଏହି ନୂଆ ଆଇନରେ ପରିବେଶ ଉପରେ ବେଶୀ ଫୋକସ୍ କରାଯିବ । ପ୍ରାୟ ୯ ଲକ୍ଷ ପୁରୁଣା ସରକାରୀ ଗାଡିକୁ ହଟାଇ ଦିଆଯିବ । ଏହା ସହିତ କାର୍‌ରୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିଶେଷ ପଦକ୍ଷେପ ନିଆଯିବ । ଏହା ବ୍ୟତିତ ଅଧିକ ବେଗରେ ଗାଡି ଚଳାଇବା କ୍ଷେତ୍ରରେ ଲାଗୁଥିବା ଫାଇନ୍‌କୁ ୧,୦୦୦ରୁ ୨,୦୦୦କୁ ବୃଦ୍ଧି କରାଯିବ । ଯଦି ଜଣେ ନାବାଳକ ଗାଡି ଚଳାଉଥିବାର ଧରାପଡିବ ତେବେ ତାଙ୍କ ଉପରେ ୨୫,୦୦୦ଟଙ୍କା ଫାଇନ୍ ଲାଗିବ । ଗାଡି ମାଲିକଙ୍କ ଡ୍ରାଇଭିଂ ରେଜିଷ୍ଟ୍ରେସନ କାର୍ଡ ରଦ୍ଦ କରିଦିଆଯିବ ଓ ୨୫ ବର୍ଷ ପର୍ଯ୍ୟନ୍ତ ସେହି ନାବାଳକଙ୍କୁ ଗାଡି ଚଳାଇବାକୁ ଅନୁମତି ମିଳିବ ନାହିଁ ।

Get real time updates directly on you device, subscribe now.