ଭୁବନେଶ୍ବର : IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଚଞ୍ଚଲ ରାଣା ହେଲେ ବିଏମସି କମିଶନର । ସଚିନ ରାମଚନ୍ଦ୍ରଙ୍କୁ ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି ।
ସେହିପରି ରୁପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ ଦାୟିତ୍ବ ଦିଆଯାଇଛି । ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ ।
ଅନ୍ୟପଟେ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ RDC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବେଳେ ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି । ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
ଭାସ୍କରଜ୍ୟୋତି ଶର୍ମା ହେଲେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ । ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷିଣାଞ୍ଚଳ RDC ଭାବେ ନିଯୁକ୍ତ । ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ କରିଛନ୍ତି ।
ବିଏମ୍ସି କମିଶନର- ବିଏମ୍ସି କମିଶନର ହେଲେ ଚଞ୍ଚଲ ରାଣା । ବର୍ତ୍ତମାନ ସେ ପୁରୀ ଜିଲ୍ଲାପାଳ ଅଛନ୍ତି । ରଥ ଅଘଟଣ ପରେ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ । ବର୍ତ୍ତମାନ ତାଙ୍କୁ ବିଏମସି କମିଶନର କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲାପାଳ- ଅମ୍ରିତ ଋତୁରାଜକୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । କନ୍ଧମାଳ ଜିଲ୍ଲାପାଳ ଥିଲେ ଅମ୍ରିତ ଋତୁରାଜ ।
ପୁରୀ ଜିଲ୍ଲାପାଳ- ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ । ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ । କୀର୍ତ୍ତି ଭାସନ ଭିକୁ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି ।
ସୋମେଶ କୁମାର ଉପାଧ୍ୟାୟ ହେଲେ ମାଲକାନଗିରି ଜିଲ୍ଲାପାଳ । ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ।