fbpx

ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା: ଏନକାଉଣ୍ଟରରେ ୭ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ ଜିଲ୍ଲାରେ ପୁଣିଥରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଯାଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏକ ବଡ଼ ଅପରେସନରେ ଏଭଳି ସଫଳତା ହାସଲ ହୋଇଛି । ଛତିଶଗଡ଼ ଦନ୍ତେୱାଡ଼ା, ନାରାୟଣପୁର ଜିଲ୍ଲାର ସୀମାରେ ଏହି ବଡ଼ ମାଓ ଅପରେସନ ଦେଖିବାକୁ ମିଳିଛି । ତେବେ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ରହିଛନ୍ତି ।

ସୂଚନା ଅନୁସାରେ, ଛତିଶଗଡ଼ ସୀମା ଗତ କିଛି ଦିନରୁ ଶାନ୍ତ ରହିଥିଲା । କିନ୍ତୁ ଆଜି ବିଶେଷ ସୂତ୍ରରୁ ମାଓବାଦୀଙ୍କ ଉପସ୍ଥିତି ଏବଂ ଗତିବିଧି ନେଇ ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଏକ ଅପରେସନ୍ ଆରମ୍ଭ କରିଥିଲେ । ତେବେ ମାଓବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ମାଓବାଦୀଙ୍କ ଉପରେ ଗୁଳିଚାଳନା କରିଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଅପରେସନ୍ ଜାରି ରଖିଛି ସୁରକ୍ଷା କର୍ମୀ । ତେବେ ଅପରେସନ ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ନେଇ ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.