fbpx

ମକର ସଂକ୍ରାନ୍ତିରେ ହେବ ଭାଗ୍ୟ-ଉଦୟ: ବାସ କରିନିଅନ୍ତୁ ଏହି ସରଳ ଉପାୟ, ହେବ ଲକ୍ଷ୍ମୀଙ୍କ କୃପା ଓ ଧନପ୍ରାପ୍ତି

ହିନ୍ଦୁ ଧର୍ମରେ ଅନେକ ପର୍ବ ପର୍ବାଣି ପାଳନ କରାଯାଇଥାଏ । ଏହି ପର୍ବପର୍ବାଣିର ନିଜର କିଛି ମହତ୍ତ୍ୱ ରହିଛି । ତେବେ ଏହା ବର୍ଷର ପ୍ରଥମ ମାସରୁ ହିଁ ଆରମ୍ଭ ହୋଇ ଯାଇଥାଏ । ତେବେ ଆସନ୍ତା ୧୫ ତାରିଖରେ ସାରା ଦେଶରେ ମକର ସଂକ୍ରାନ୍ତି ପାଳନ କରାଯିବ । ହିନ୍ଦୁ ଧର୍ମରେ ଏହି ପର୍ବର ବେଶ ମହତ୍ତ୍ୱ ରହିଛି । କାରଣ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହିତ ସେହିଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତିରୁ ବସନ୍ତ ଋତୁର ମଧ୍ୟ ଆଗମନ ହୋଇଥାଏ ।

ତେବେ ଶାସ୍ତ୍ର ଅନୁସାରେ ଏହି ଦିନ ବେଶ ଶୁଭ ହୋଇଥାଏ । ତେଣୁ ଯଦି ଆପଣଙ୍କ ଜୀବନରେ କୌଣସି ଅସୁବିଧା ହେଉଛି ତେବେ ଏହି ଦିନ କିଛି ଉପାୟ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ୟାପଣଙ୍କ ଜୀବନରୁ ସମସ୍ତ ଅସୁବିଧା ଦୂର ହୋଇ ଶୁଖ ଶାନ୍ତି ଭରିଯିବ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ପବିତ୍ର ନଦୀରେ ସ୍ନାନ- ମକର ସଂକ୍ରାନ୍ତି ଦିନ ଗଙ୍ଗା ସ୍ନାନର ବେଶ ମହତ୍ତ୍ୱ ରହିଛି । ଏହି ଦିନ ଗଙ୍ଗା ନଦୀରେ ସ୍ନାନ କରିବା ଦ୍ୱାରା ସମସ୍ ପାପ ନାଶ ହୋଇଥାଏ ଏବଂ ଜୀବନରେ ସୁଖ ଶାନ୍ତି ମଧ୍ୟ ବିରାଜମାନ ହୋଇଥାଏ । ଏହା ବ୍ୟତୀତ ଆପଣ ଅନ୍ୟ କୌଣସି ପବିତ୍ର ନଦୀରେ ସ୍ନାନ କରିପାରିବେ । ତେବେ ଯଦି ଆପଣ ବାହାରକୁ ଯାଇପାରୁ ନାହାନ୍ତି ତେବେ ଆପଣ ଘରେ ଗାଧୋଇବା ସମୟରେ ଗଙ୍ଗାଜଳରେ ସ୍ନାନ କରିପାରିବେ ।

ସୌଭାଗ୍ୟ ପ୍ରାପ୍ତି ପାଇଁ- ଯଦି ଆପଣ ସୌଭାଗ୍ୟ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଗାଈକୁ ଏହିି ଦିନ ସବୁଜ ଘାସ ଖୁଆନ୍ତୁ । ଏପରି ମାନ୍ୟତା ରହିଛି ଯେ ଗାଇ ଭିତରେ ଦେବ ଦେବୀଙ୍କ ବାସ ରହିଛି । ତେଣୁ ଏପରି କରିବା ଦ୍ୱାରା ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବ ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ- ସୂର୍ଯ୍ୟଦେବଙ୍କ କୃପା ପାଇବାକୁ ହେଲେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ପାଣିରେ ଲାଲ ଚନ୍ଦନ, ନାଲି ଫୁଲ, ଗୁଡ଼ ଏବଂ ତିଳ ମିଶାଇ ଅର୍ଘ୍ୟ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ସୂର୍ଯ୍ୟଦେବଙ୍କର କୃପା ମିଳିବ ।

ଆର୍ଥିକ ସ୍ଥିତି ହେବ ମଜବୁତ- ମକର ସଂକ୍ରାନ୍ତି ଦିନ ଦାନ କରିବା ବେଶ ଶୁଭ ହୋଇଥାଏ । ଏହି ଦିନ ଆପଣ କମ୍ବଳ, ନାଲି କପଡ଼ା, ନାଲି ରଙ୍ଗର ମିଠା, ଚିନାବାଦାମ, ଚାଉଳ, ମୁଗଡାଲି ଆଦି ଦାନ କରିବା ଉଚିତ । ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ସବୁ ସମୟରେ ଭଲ ରହିବା ସହିତ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ନିଶ୍ଚିତ ହେବ ।

ସୁଖ, ସମୃଦ୍ଧି ଏବଂ ପଦୋନ୍ନତି ପାଇଁ- ଜୀବନରେ ସୁଖ ସମୃଦ୍ଧି ଏବଂ ପଦୋନ୍ନତି ପାଇବାକୁ ଚାହୁଁଥିଲେ ଏହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ନିଶ୍ଚିତ ଭାବରେ ସୂର୍ଯ୍ୟମନ୍ତ୍ର ପାଠକରନ୍ତୁ ।

Get real time updates directly on you device, subscribe now.