fbpx

ଉଚ୍ଚଶିକ୍ଷା ସଂସ୍କାରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା

ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆଜିଠୁ ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏହି ବ୍ୟବସ୍ଥାରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି ।  ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ଭର୍ଚୁଆଲ ପ୍ଲାଟଫର୍ମରେ ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଇଛି । ଏହି ୱେବସାଇଟ ହେଉଛି https://vtputkal.odisha.gov.in ।

ଏଣିକି ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । କେବଳ ଏହି ଲିଙ୍କରେ ଗୋଟେ କ୍ଲିକ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ । ଫିଜିକ୍ସ, କେମେଷ୍ଟ୍ରି, ବୋଟନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ପରି ୧୧ ଟି କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ କରାଯାଇଛି । ରୁପ୍ଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମହତ ଉଦେଶ୍ୟ ରହିଛି । ଯାହାଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା  ସୃଷ୍ଟି ହୋଇପାରିବ ।

Get real time updates directly on you device, subscribe now.