fbpx
BJD SKY
BJD SKY

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଭା ଅତ୍ରେଙ୍କ ଦେହାନ୍ତ

BJD

ମୁମ୍ବାଇ: ସଙ୍ଗୀତ ଜଗତରୁ ଏକ ଦଃଖଦ ଖବର ସାମ୍ନାକୁ ଆସିଛି । ବିଶିଷ୍ଟ ଭେଟେରାନ୍ କଣ୍ଠଶିଳ୍ପୀ ପ୍ରଭା ଅତ୍ରେଙ୍କ ଶନିବାର ସକାଳେ ଦୃଦଘାତରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୯୨ ବର୍ଷ ବୟସ ହୋଇଥିଲା । ହୃଦଘାତ ପରେ ତାଙ୍କୁ ପୁଣେ ସ୍ଥିତ ଦୀନାନାଥ ମଙ୍ଗେସକର ହମସ୍ପିଟାଲକୁ ନେବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ପ୍ରଭା ଅତ୍ରେଙ୍କ ଅତୁଳନୀୟ ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ଭଳି ଅନେକ ସମ୍ମାନର ଅଧିକାରିଣୀ ହୋଇପାରିଥିଲେ । କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ତାଙ୍କ ଆୱାଜର ଜାଦୁ ସ୍ରୋତାଙ୍କ ମନ ଜିଣିଥିଲା । ତାଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.