fbpx

ଅଜୁର୍ନ କପରୁଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମଲାଇକା: କହିଲେ ଅର୍ଜୁନ ହେଉଛନ୍ତି…

ମୁମ୍ବାଇ: ବଲିଉଡର ଫିଟନେସ କୁଇନ୍ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ କିଛି ୟୁର୍ଜସ ମଲାଇକାକଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଜଣାପଡିଛି । ଫଳରେ ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ମଲାଇକା । ତେବେ ତାଙ୍କର ଏକ ଶୋ ମୁଭିଙ୍ଗ ଇନ ୱିଥ୍ ମଲାଇକା ରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କରିବା ସହ ବୟଫ୍ରେଣ୍ଡ ଅର୍ଜୁନଙ୍କ ବିଷୟରେ ମଧ୍ୟ କହିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ମଲାଇକା ତାଙ୍କ ସୋ ର ୪ର୍ଥ ଏପିସୋଡରେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିଛନ୍ତି । ଅଭିନେତା ଅର୍ଜୁନ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କ ବିଷୟରେ ଏହି ଏପିସୋଡରେ ସେ ସ୍ପଷ୍ଟ କରିଛନ୍ତି । ଏଥିସହିତ ମଲାଇକା ଟ୍ରୋଲ କରୁଥିବା ୟୁଜର୍ସମାନଙ୍କୁ ମଧ୍ୟ ଉଚିତ୍ ଜବାବ ଦେଇଥିବା ଜଣାପଡିଛି । ଯେଉଁଥିରେ ତାଙ୍କ ଭଉଣୀ ଅମୃତା ଅରୋରା ଏବଂ ସାଙ୍ଗ ଅନୁଷା ଦଣ୍ଡକର ମଧ୍ୟ ସାମିଲ ଅଛନ୍ତି । ତେବେ ମଲାଇକା ଅର୍ଜୁନଙ୍କ ସହ ଥିବା ତାଙ୍କର ଲଭ ରିଲେସନସିପକୁ ନେଇ ଏହା କହିଛନ୍ତି ଯେ, ମୁଁ ଅର୍ଜୁନଙ୍କୁ ଡେଟ୍ କରି ତାଙ୍କ ଜୀବନ ଖରାପ କରୁନାହିଁ । ଏଥିସହିତ ଅର୍ଜୁନ ସ୍କୁଲ ଯାଉଥିବା ପିଲା ନୁହଁନ୍ତି ଯେ ମୁଁ ତାଙ୍କୁ ଶିଆଇ ମୋ ସହ ନେଇ ଯାଉଛି ।

ଏତତ୍ ବ୍ୟତୀତ ମଲାଇକା ଏହା ମଧ୍ୟ କହିଛନ୍ତି ଯେ ଅର୍ଜୁନ କପୁର ବଡ ହୋଇଗଲେଣି ଏବଂ ସେ ଜଣେ ପୁରୁଷ ପୁଅ । ଏଥିସହିତ ଆମେ ଦୁଇ ଜଣ ବୟସ୍କ ଏବଂ ଏକାଠି ରହିବାକୁ ରାଜି ଅଛୁ । ତେଣୁ ଯେଉଁମାନେ ଏହି ଘଟଣାକୁ ନେଇ ଆମକୁ ଟ୍ରୋଲ କରୁଛନ୍ତି ଏବଂ ଅପପ୍ରତାର କରୁଛନ୍ତି ସେମାନେ ଏଭଳି ନ କରିବାକୁ ମଲାଇକା କହିଛନ୍ତି । ଯାହାକି ମଲାଇକାଙ୍କ ଟ୍ରୋଲସମାନଙ୍କୁ କଡା ଜବାବ ହୋଇଛି ।

 

View this post on Instagram

 

A post shared by Malaika Arora (@malaikaaroraofficial)

Get real time updates directly on you device, subscribe now.