fbpx

ଭାରତ କେବଳ ଆମେରିକାର ସହଯୋଗୀ ନୁହେଁ, ବରଂ ଦୁନିଆର ଆଉ ଏକ ମହାଶକ୍ତି ହେବ: ହ୍ୱାଇଟ ହାଉସ୍ ଅଧିକାରୀ

ନୂଆଦିଲ୍ଲୀ: ଦୁନିଆରେ ଭାରତର ବଢ଼ୁଥିବା ପ୍ରଭାବକୁ ନେଇ ଆମେରିକା ହ୍ୱାଇଟ ହାଉସ୍ ପ୍ରତିକ୍ରିୟା ରଖିଛି । ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତ ଆମେରିକାର କେବଳ ସହଯୋଗୀ ହେବ ନାହିଁ ବରଂ ଆଉ ଏକ ବଡ଼ ଶକ୍ତି ହେବ । ଆମେରିକାର ଅଧିକାରୀ କହିଛନ୍ତି ଯେ, ଗତ୨୦ ବର୍ଷ ମଧ୍ୟରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଯେତେ ଅଧିକ ଶକ୍ତିଶାଳୀ ଏବଂ ଗଭୀର ହୋଇପାରିଛି, ସେପରି କୌଣସି ଅନ୍ୟ ଦ୍ୱିପାକ୍ଷିକ ସମ୍ପର୍କ ସହିତ ହୋଇ ନାହିଁ ।

‘ଆସପେନ୍ ସିକ୍ୟୁରିଟି ଫୋରମ୍’ରେ ଆୟୋଜିତ ଏକ ବୈଠକରେ ଭାରତକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହ୍ୱାଇଟ ହାଉସର ଏସିଆ ବ୍ୟାପାର ସଂଯୋଜକ କ୍ୟାମ୍ପବେଲ କହିଛନ୍ତି ଯେ ୨୧ତମ ଶତାବ୍ଦୀରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ଆମେରିକା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ହ୍ୱାଇଟ ହାଉସର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା ଏକ ସତ୍ୟ ଯେ ଗତ ୨୦ ବର୍ଷ ମଧ୍ୟରେ ମୁଁ ଆମେରିକା ଏବଂ ଭାରତ ଭଳି କୌଣସି ଦ୍ୱିପାକ୍ଷିକ ସମ୍ପର୍କ ଦେଖି ନାହିଁ, ଯାହା ଏତେ ଶୀଘ୍ର ଗଭୀର ହେବାରେ ଲାଗିଛି ।

ସେ କହିଛନ୍ତି ଯେ, ଆମେରିକାକୁ ନିଜର କ୍ଷମତାର ଅଧିକ ବ୍ୟବହାର କରିବା ଆବଶ୍ୟକ ଏବଂ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଏକାଠି କାମ କରୁଥିବାବେଳେ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସ୍ଥାପନ କରିବାର ଆବଶ୍ୟକତା ରହିଛି । କ୍ୟାମ୍ପବେଲ କହିଛନ୍ତି, ‘ଭାରତ ଆମେରିକାର ସହଯୋଗୀ ହେବ ନାହିଁ । ଏହା ଏକ ସ୍ୱାଧୀନ, ଶକ୍ତିଶାଳୀ ଦେଶ ହେବାକୁ ଇଚ୍ଛା କରେ ଏବଂ ଏହା ଏକ ମହାନ ଶକ୍ତି ଭାବରେ ଉଭା ହେବ ।’

Get real time updates directly on you device, subscribe now.