fbpx

ରକ୍ତାକ୍ତ ସଂଘର୍ଷର ରୂପ ନେଲାଣି ମାଳଦ୍ୱୀପ ରାଜନୀତି, ଭାରତ ସମର୍ଥକ ଦଳର ପ୍ରସିକ୍ୟୁଟର ଜେନେରାଲଙ୍କୁ ଛୁରାମାଡ

ନୂଆଦିଲ୍ଲୀ: ମାଳଦ୍ୱୀପରେ ଭାରତ ସମର୍ଥକ ପାର୍ଟି ଦ୍ୱାରା ନିଯୁକ୍ତ ମାଳଦ୍ୱୀପର ପ୍ରସିକ୍ୟୁଟର ଜେନେରାଲ ହୁସେନ ସାମିମଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଛୁରାମାଡ କରିଛି । ଭାରତ ସମର୍ଥକ ପାର୍ଟି ଏମଡିପି ତାଙ୍କୁ ନିଯୁକ୍ତ କରିଥିଲେ । ମାଳଦ୍ୱୀପରେ ମୋହମ୍ମଦ ମୋଇଜୁ ଯେବେଠାରୁ ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ସେ ଭାରତ ବିରୋଧୀ ଗତିବିଧିରେ ସକ୍ରିୟ ରହି ଆସୁଛନ୍ତି ।

ଏବେ ତ ମାଳଦ୍ୱୀପର ରାଜନୀତି ରକ୍ତାକ୍ତ ସଂଘର୍ଷ ସ୍ତରକୁ ଖସି ଆସିଲାଣି । ମାଳଦ୍ୱୀପର ରାଷ୍ଟ୍ରପତି ଚୀନ୍‌ର ସମର୍ଥକ ଅଟନ୍ତି । ମୋଇଜୁଙ୍କ ପୂର୍ବରୁ ମାଳଦୀପିଆନ୍ ଡେମୋକ୍ରେଟିକ ପାର୍ଟି ବା ଏମ୍‌ଡିପି କ୍ଷମତାରେ ଥିଲା । ଏହି ଦଳ ଭାରତର ସମର୍ଥକ ଥିଲା । ଏହି ଭାରତ ସମର୍ଥକ ପାର୍ଟି ଜେନେରାଲ ହୁସେନ ସାମିମଙ୍କୁ ମାଳଦ୍ୱୀପର ପ୍ରସିକ୍ୟୁଟର ଜେନେରାଲ ଭାବରେ ନିଯୁକ୍ତ କରିଥିଲେ । ଏହି ପ୍ରସିକ୍ୟୁଟର ଜେନେରାଲଙ୍କୁ ଅଜ୍ଞାତ ବଦମାସ ଅତି ନିର୍ଦ୍ଦୟ ଭାବରେ ଛୁରାମାଡ କରିଛନ୍ତି ।

ଦିନ ଦ୍ୱିପ୍ରହରରେ ସାମିମଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଏହା ସ୍ପଷ୍ଟ ହୋଇନାହିଁ ଯେ, କିଏ ତାଙ୍କୁ ଏପରି ମରଣାନ୍ତକ ଆକ୍ରମଣ କରିଛି । ତେବେ ରାଷ୍ଟ୍ରପତି ମୋହମ୍ମଦ ମୋଇଜୁଙ୍କ ଉପରେ ମହାଅଭିଯୋଗ ପ୍ରସ୍ତାବ ଆସିବା ପରେ ଏହିପରି ଘଟଣା ଘଟିଥିବାରୁ କ୍ଷମତାରେ ଥିବା ଦଳକୁ ଏ ନେଇ ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.