fbpx

ଭାରତକୁ ଡରାଇବାକୁ ମାଳଦ୍ୱୀପ କିଣୁଛି ଘାତକ ଡ୍ରୋନ୍‌, ଏହି ଦେଶ ସହ କରିଛି ଡିଲ୍‌

ନୂଆଦିଲ୍ଲୀ:ମାଳଦ୍ୱୀପର ଭାରତ ବିରୋଧୀ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ଲଗାତର ଭାରତ ବିରୋଧୀ ବୟାନ ଓ କାର୍ଯ୍ୟ କରିବାରେ ଲାଗିଛନ୍ତି । ତେବେ ଚୀନ୍ ଗସ୍ତ ପରେ ମୁଇଜୁଙ୍କର ଭାରତକୁ ନେଇ ବୟାନ ଅଧିକ ତୀକ୍ଷ୍ଣ ହେବାରେ ହେବାରେ ଲାଗିଛି । ମୁଇଜୁ ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ମାଳଦ୍ୱୀପରୁ ସେନା ହଟାଇବାକୁ ଭାରତକୁ ସମୟ ଦେଇଛନ୍ତି । ଏବେ ଶୁଣିବାକୁ ମିଳୁଛି କି ମାଳଦ୍ୱୀପ ତୁର୍କୀ ସହ ଘାତକ ଡ୍ରୋନ୍ ନେଇ ଡିଲ୍ କରୁଛି । ଏହି ଘାତକ ଡ୍ରୋନ୍ ୟୁକ୍ରେନ୍ ରୁଷ ସହ ଯୁଦ୍ଧରେ ବ୍ୟବହାର କରିଛି । ପାକିସ୍ତାନ ମଧ୍ୟ ଏହି ଡ୍ରୋନର ବ୍ୟବହାର କରୁଛି । କିନ୍ତୁ ମାଳଦ୍ୱୀପ କହୁଛି ସେ ସମୁଦ୍ର ଉପରେ ନଜର ରଖିବାକୁ ଏହି ଡ୍ରୋନର ବ୍ୟବହାର କରିବ । କିନ୍ତୁ ପ୍ରକୃତରେ ଏହା ଭାରତ ବିରୋଧୀ ବୋଲି ଆଲୋଚନା ହେଉଛି ।

ମାଳଦ୍ୱୀପ ଏବେ ଭାରତକୁ ବିରୋଧ କରୁଥିବା ଦେଶ ସହ ସଂପର୍କ ବୃଦ୍ଧି କରିବାରେ ଲାଗିଛି । ମୁଇଜୁ ପ୍ରଥମେ ତୁର୍କୀ ଯାତ୍ରାରେ ଯାଇଥିଲେ । ଏବେ ମାଳଦ୍ୱୀପ ତୁର୍କୀ ସହ ଘାତକ ଡ୍ରୋନର ଡିଲ୍ କରୁଛି । ଚୀନ୍ ସହିତ ବହୁ ବୁଝାମଣା କରିବା ପରେ ମୁଇଜୁ ସରକାର ଏବେ ତୁର୍କୀ ସହିତ ଘାତକ ଡ୍ରୋନ୍ ବୁଝାମଣା କରୁଛିି । ମାଳଦ୍ୱୀନ ତୁର୍କୀ କମ୍ପାନୀ ବାୟକର ସହିତ ୩କୋଟି ୭୦ ଲକ୍ଷ ଡଲାର ମୂଲ୍ୟର ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି । ବାୟକର ତୁର୍କୀ ରାଷ୍ଟ୍ରପତି ଏର୍ଦ୍ଦେଗାନଙ୍କ ଜ୍ୱାଇଁଙ୍କ କମ୍ପାନୀ ।

ତୁର୍କୀର ଏହି ଡ୍ରୋନ୍ ଆର୍ମେନିଆ ଠାରୁ ଆରମ୍ଭ କରି ୟୁକ୍ରେନ୍ ଯୁଦ୍ଧରେ ଆତଙ୍କ ସୃଷ୍ଟି କରିସାରିଛି । ପାକିସ୍ଥାନ ମଧ୍ୟ ଏହି ଡ୍ରୋନର ବ୍ୟବହାର କରୁଛି । ମୋଇଜୁ ସରକାର କହିଛି ସେ ନିଜ ଦେଶର ସମୁଦ୍ର ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ଏହି ମିଲିଟାରୀ ଡ୍ରୋନ୍ କିଣୁଛି । ଏହାପୂର୍ବରୁ ଭାରତ ମାଳଦ୍ୱୀପକୁ ଏହାର ସମୁଦ୍ର ତଟଭାଗର ସୁରକ୍ଷା ଲାଗି ଡୋର୍ନିୟର ବିମାନ ଓ ହେଲିକପ୍ଟର ଦେଇଥିଲା । ଭାରତୀୟ ଆର୍ମି ଇଂଜିନିୟର ଟିମ୍ ଏହି ବିମାନକୁ ରିପେୟାରିଂ କରୁଥିଲେ । ଏହି ଭାରତୀୟ ସୈନିକଙ୍କୁ ମାଳଦ୍ୱୀପ ରାଷ୍ଟ୍ରପତି ୧୫ ମାର୍ଚ୍ଚ ସୁଦ୍ଧା ଚାଲିଯିବାକୁ କହିଛନ୍ତି ।

Get real time updates directly on you device, subscribe now.