fbpx

(Video) ସତ ହେଲା ମାଳିକା…ହୀରାକୁଦରେ ବାହାରିଲେ ବାସୁକୀ ନାଗ: ଏଥର ଧ୍ୱଂସ ପାଇବ ପୃଥିବୀ

କଳିଯୁଗର ଶେଷରେ ଏଇଠୁ ବାହାରି ଆସିବ ବସୁକୀ ନାଗ । ଗୋଟା ଗୋଟାକରି ଗିଳିବ ମଣିଷ । ଶେଷ ହୋଇଯିବ କଳିଯୁଗ । କଳିଯୁଗ ଶେଷରେ ବାହାରିବ ବାସୁକି ନାଗ । ବିଶ୍ୱରେ ତାଣ୍ଡବ ରଚିବ ପାଇଁ ଏହି ସ୍ଥାନରୁ ବାହାରି ଆସିବ ନାଗ…

ମାଳିକାରେ ରହିଛି କିଛି ଏଭଳି ଲେଖା! କଳିଯୁଗ ଶେଷରେ ବାହାରିବ ବାସୁକୀ ନାଗ, ଆଉ ନେବ ଭୟଙ୍କର ରୂପ । ଫଣା ଟେକି ଫଁ ଫଁ କରି ଗର୍ଜ୍ଜନ କରିବ । ଆଉ ତା’ ପରେ ସାତ ଦିନ ସାତ ରାତି ଅନ୍ଧାରର ସୁଯୋଗ ନେଇ ଭୟଙ୍କର ଲୀଳା ରଚିବ । ଆଜି ଏହି କାହାଣୀ ସତ ହେବା ଭଳି ଲାଗୁଛି ।

ଭବିଷ୍ୟତରେ କଣ ସବୁ ହେବ ତା ଆଗରୁ ମାଳିକାରେ ଲେଖା ରହିଛି । ଆଉ ଆମ ମହାପୁରୁଷ କହି ଯାଇଛନ୍ତି ଯେ କଳିଯୁଗ ଶେଷରେ ଆରମ୍ଭ ହେବ ଭୟଙ୍କର ଲୀଳା । ଆଉ ସେହି ଲୀଳା କରିବ ଏହି ବାସୁକୀ ନାଗ । ଆଉ ତା ଡାକ ନାଁ ଭୈରବ । ଯେତେବେଳେ କଳିଯୁଗର ଅନ୍ତିମ ସମୟ ପାଖେଇ ଆସିବ ସେତେବେଳେ ଦେଖିବାକୁ ମିଳିବ ନାନା ପ୍ରକାରର ଲୀଳା । ଯାହାକୁ କେହି କେବେ ଦେଖି ନଥିବେ କି କେବେ ସ୍ୱପ୍ନରେ ବି ସୁଧା ଭାବି ନଥିବେ । ସେହି ସବୁ ଘଟଣା କଳି ଶେଷରେ ଦେଖି ଭୟଭୀତ ହୋଇଯିବେ ଲୋକେ । ଘରୁ ଗୋଡ କାଢିବାକୁ ବି ଭୟ କରିବେ । ପାଖେଇ ଆସୁଛି କଳିଯୁଗର ଶେଷ ସମୟ । ଆଉ ଯେଉଁଦିନ ଆସିବ ସେ ଦିନ ୭ ଦିନ ୭ ରାତିରେ ଅନ୍ଧାର ହୋଇଯିବ । ଗାଁ ଗାଁରେ ବୁଲିବେ ଶିଆଳ ଆଉ ଭୋକିଲା କୁକୁର । ଆଉ ସେହି ସମୟରେ ଗର୍ଜ୍ଜନ କରିବ ବାସୁକୀ ନାଗ ।

କଳିଯୁଗ ଶେଷରେ ଯେତେବେଳେ ବାସୁକୀ ଆସିବ ଭୟରେ ଲୋକେ ଘରେ ପଶି କବାଟ ପକାଇ ଦେବେ । କିନ୍ତୁ ଏସବୁ ଖାତିର ନକରି ପଶି ଆସିବ ବାସୁକୀ । ରାତି ଅନ୍ଧାରରେ ଲୋକେ ଚିହ୍ନି ପାରିବେନି, ଯାହାର ସୁଯୋଗ ନେଇ ଲୋକଙ୍କୁ ମାରିବ ଚୋଟ । ଆଉ ତା ଗର୍ଜନରେ ଛାନିଆ ହୋଇ ଉଠିବେ ସାରା ପୃଥିବୀ । ଯାହାର ଶଦ୍ଦ ଶୁଣି ମଣିଷଙ୍କ ଛାତିରେ ଛନକା ପଶିବ ।

ମହାପୁରୁଷ କହି ଯାଇଛନ୍ତି ଯେ ଯେବେ ସାତ ଦିନ ସାତ ରାତି ଅନ୍ଧାର ହେବ ସେବେ କଳିଯୁଗ ଶେଷ ହେବ ଆଉ ଏଭଳି ଘଟଣା ଘଟିବ । ହିରାକୁଦ ଜଳଭଣ୍ଡାରରୁ ଖେଳି ଖେଳି ବାହାରି ଆସିବ ବାସୁକୀ ନାଗ । ଆଉ ସେହି ବାସୁକା ନାଗ କେବଳ ପାପୀ ଏବଂ ଅହଙ୍କାରୀ ମାନଙ୍କୁ ଦେଖାଦେବ । ଏବେ ବିରାଟ ସାପକୁ ଆଗରୁ କେହି କେବେ ଦେଖି ନଥିବା ବେଳେ ସେତେବେଳେ ଦେଖିବେ । ସେପଟେ ନାସା ମଧ୍ୟ ସୂଚନା ଦେଇ ସାରିଲାଣି କି ପୃଥିବୀ ଆଡକୁ ଏକ ବିରାଟ ସୌର ଝଡ ମାଡିଆସୁଛି । ଯାହା ଫଳରେ ଦିନ ହୋଇ ଯିବ ରାତି ଆଉ ଏହି କଳିଯୁଗ ଶେଷ ହୋଇଯିବ । ତେବେ ମାଳିକାରେ ଲେଖା ରହିଛି କି ବେଳ ଥାଉ ଥାଉ ସାବଧାନ ହେଲେ ମଣିଷ ଏଥିରୁ ମୁକ୍ତି ପାଇବ ।

Get real time updates directly on you device, subscribe now.