fbpx
BJD
BJD SKY
BJD SKY

ତୈଳଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା।

BJD

ମାଲକାନଗିରି , 15/2 : ମାଲକାନଗିରି ଜିଲ୍ଲା ସଦର ମହକୁମା ସହ ଜିଲ୍ଲାର ସାତୋଟି ବ୍ଲକ ଓ ବାଲିମେଳା ଅଞ୍ଚଳରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଛି।ମାଲକାନଗିରି ସହରରେ ବସଷ୍ଟାଣ୍ଡ, ସୁବାଷ ବୋଷ ଛକ ଓ ଡ଼ିଏନକେ ର ମୁଖ୍ୟ ରାସ୍ତା କୁ କଂଗ୍ରେସ ଦଳର କର୍ମକର୍ତା ମାନେ ଅବରୋଧ କରିବା ସହ ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିଛନ୍ତି । ଅବରୋଧ ହୋଇଥିବା ରାସ୍ତା ର ଉଭୟ ପାର୍ଶ୍ଵରେ ସମସ୍ତ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି।ଫଳରେ ଯାତ୍ରୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ତୈଳ ଓ ଜାଳେଣି ଗ୍ୟାସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଅହେତୁକ ଭାବେ ଦର ଦାମ ବୃଦ୍ଧି କୁ ନେଇ ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ଗତକାଲି ମଧ୍ୟ ରାତ୍ରିରୁ ଗ୍ୟାସ ଦର ବଢିଥିବା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଡିଜେଲ ପେଟ୍ରୋଲ ଓ ଗ୍ୟାସ ର ଦରଦାମ ବୃଦ୍ଧିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାରଣା ନୀତି କୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିର ଏହି ବନ୍ଦ ଡାକରା ସଫଳ ହୋଇଥିବା ବେଳେ ମାଲକାନଗିରିରେ ମଧ୍ୟ ବନ୍ଦ ର ପ୍ରଭାବ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଥିବା ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ପାତ୍ର ସୂଚନା ଦେଇଛନ୍ତି। ତେବେ କଂଗ୍ରେସର ଏହି ବନ୍ଦ ଡାକରା କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ବନ୍ଦ ଡ଼ାକରାରେ ମାଲକାନଗିରି ସହରର ବରିଷ୍ଠ କଂଗ୍ରେସ ନେତା ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ରାମ ପଟନାୟକ, G. ଶ୍ରୀନିବାସ ରାଓ, . କେଶୁ, ଲାଛନ।,ପେଣ୍ଡର। ପଣ୍ଡା, ପ୍ରଭାକର ପାଳ, ପଦ୍ମ ପାଙ୍ଗି ଏବଂ ଛବି ଦାସ ପ୍ରମୁଖ ଯୋଗଦାନ କରି ବନ୍ଦ ଡାକରାକୁ ସଫଳ କରିଥିଲେ ଏବଂ ଜିଲ୍ଲାର ପ୍ରତ୍ୟେକ ଜନସାଧାରଣ ମାନେ ମଧ୍ୟ ଡିଜେଲ ପେଟ୍ରୋଲ ଦରଦାମ ବୃଦ୍ଧି କୁ ନେଇ କଂଗ୍ରେସ ର ବନ୍ଦ ଡାକରାକୁ ସହୋଜଗ କରିଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.