ମହାରାଷ୍ଟ୍ରରୁ ନନ୍ଦି ବଳଦ ସହ ୪ ଜଣଙ୍କୁ ଗିରଫ କଲା ମାଲକାନଗିରି ପୋଲିସ

News across the Earth, news close to your heart, Read Odisha Bhaskar English

ମାଲକାନଗିରି , 14/3 :ମାଲକାନଗିରି ଜିଲ୍ଲା ସଦର ମହକୁମାର ଆଦର୍ଶ ଥାନାରେ ଅଟକ ରହିଛନ୍ତି ନନ୍ଦି ବଳଦ ସହ ଚାରିଜଣ ଅପରାଧୀ । ନନ୍ଦି ବଳଦ ଦେଖାଇ ଲୁଟି ନେଇଥିଲେ ୪୮ ହଜାର ଟଙ୍କା।ମିଳିଥିବା ସୂଚନାନୁସାରେ ମାଲକାନଗିରି ସଦର ମହକୁମା ସ୍ଥିତ ମାହେଶ୍ୱରୀ କଲୋନୀରେ ରହୁଥିବା ଲୋକଙ୍କ ଘରେ ଭୂତ ପ୍ରେତ ବାସ କରୁଥିବା ଭୟ ଦେଖାଇ ସମସ୍ତଙ୍କୁ ଘଣ୍ଟା କେଇଟାରେ ସବୁ ଘର ବୁଲିବୁଲି ଲୁଟି ନେଲେ ୪୮ ହଜାର।ଗୁଣିଗାରେଡି , ଭୂତ ପ୍ରେତ ଭଳି ଅନ୍ଧବିଶ୍ୱାସର ଲୋକଙ୍କ ମନରେ ଭରି ଏଭଳି କାଣ୍ଡ କରିଥିଲେ ସେହି ଚାରି ଜଣ।ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଘଟଣାକୁ ଗୁରୁତର ଭାବେ ନେଇ ତନାଘନା କରିବା ୭ ଦିନ ପରେ ଶନିବାର ଦିନ ନନ୍ଦି ବଳଦ ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।ମଣିଷର ଚଞ୍ଚକତାରେ ନିରୀହ ପଶୁ ନନ୍ଦି ବଳଦ ଏବେ ହାଜତରେ ବନ୍ଧା ହୋଇଛି।ପଶୁ ପ୍ରେମି ମାନେ ଏନେଇ ତତ୍ପରତା ଦେଖାଇଥିବା ଜଣାପଡିଛି।

Get real time updates directly on you device, subscribe now.