fbpx
BJD SKY
BJD SKY

କଂଗ୍ରେସ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ,ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

BJD

ନୂଆଦିଲ୍ଲୀ : କଂଗ୍ରେସ ଦଳରେ କିଏ ହେବ ଅଧ୍ୟକ୍ଷ ତାହାକୁ ନେଇ ବହୁତ କଳ୍ପନା ଜଳ୍ପନା ଚାଲିଥିଲା । ଏହାପାଇଁ ବହୁ ଦିଗଜ ନେତା ମାନଙ୍କ ନାମ ଶୁଣିବାକୁ ମିଳୁଥିଲା କିନ୍ତୁ ଶେଷରେ ଏହି ରେସରେ ବାସ ଦୁଇ ଜଣ ନେତା ସାଂସଦ ଶଶି ଥରୁର ଏବଂ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ଶୁଣିବାକୁ ମିଳିଲା । ଆଉ ନିର୍ବାଚନରେ ଥରୁରଙ୍କୁ ଧରାଶାୟୀ କରି ବିଜୟ ହାସଲ କରିଲେ ଖଡଗେ । ନାମାଙ୍କନ ଭରିବା ସମୟ ଠାରୁ ତାଙ୍କର ନାମ ଖୁବ ଚର୍ଚ୍ଚା ମଧ୍ୟ ହେଉଥିଲା ଯେ ଖଡଗେ ହିଁ ବିଜୟ ଲାଭ କରିବେ । ଆଉ ଅନ୍ତରେ ତାହା ଘଟିଲା। ତେବେ କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ ବୁଧବାର ତାଙ୍କର ନୂତନ ପଦଭାର ସମ୍ଭାଳିବେ । ବର୍ତ୍ତମାନ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ। ଅକ୍ଟୋବର ୧୯ରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଶଶି ଥରୁର୍‌ଙ୍କୁ ୬୮୨୫ ଭୋଟ ରେ ହରାଇ ଖଡ୍‌ଗେ ପାର୍ଟିର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଖଡ଼ଗେ ବୁଧବାର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାର୍ଟିର ଅନ୍ୟ ନେତାଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ପଦ ସମ୍ଭାଳିବେ।

ପରେ ଗାନ୍ଧୀ ପରିବାର ବାହାରର ବ୍ୟକ୍ତି ଭାବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଦଳିତ କର୍ଣ୍ଣାଟକର ସମୁଦାୟର ଏହି ୮୦ ବର୍ଷୀୟ ନେତାଙ୍କ ଆଗରେବହୁତ ବଡ଼ ଚ୍ୟାଲେଞ୍ଜ ରହିଛି । ଗୋଟିଏ ପଟରେ ରାଜସ୍ଥାନର ରାଜନୈତିକ ସଂକଟକ ତତ୍କାଳ ଚ୍ୟାଲେଞ୍ଜ ଭାବେ ତାଙ୍କ ଆଗରେ ଉଭା ହୋଇଥିବା ବେଳେ ଆଗାମୀ କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ହିମାଚଳ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ମଧ୍ୟ ବଡ଼ ଆହ୍ୱାନ ହେବ । ସୂଚନାଯୋଗ୍ୟ, କଂଗ୍ରେସର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନଅକ୍ଟୋବର ୧୭ ତାରିଖରେ ହୋଇଥିଲା । ଆଉ ଏଥିରେ ଜଣେ ଅଣଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବେ ।

ସୂଚନାମୁତାବକ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଛତିଶଗଡ ସିଏମ ଭୁପେଶ ବଗେଲ ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସକାଳ ୧୦:୩୦ ରେ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟରେ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।

Get real time updates directly on you device, subscribe now.