fbpx

ମମିତା ମେହେର ହତ୍ୟା ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ

ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ମାମଲାରେ ମୁଖ୍ୟ ଅଭିଯୁକ୍ତର ଗୋବିନ୍ଦ ସାହୁର ଜାମିନ ଆବେଦନ । ହାଇକୋର୍ଟ ଜାମିନ ଆବେଦନ କରିଛି ଗୋବିନ୍ଦ ସାହୁ ।

ସୂଚନାଯୋଗ୍ୟ, ଅକ୍ଟୋବର ୧୨ ତାରିଖରେ ମମିତା ମେହେର ନିଖୋଜ ହୋଇଥିବାନେଇ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲର ତଦନ୍ତ ପରେ ମମିତାଙ୍କୁ ହତ୍ୟା କରାଯାଇଥିବା ନେଇ ଜଣାପଡ଼ିଥିଲା । ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍କୁଲ ପରିଚାଳନା ସଭାପତି ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା । ଏହି ଘଟଣାରେ ରାଜନୀତି ମଧ୍ୟ ଜୋର୍ ଧରିଥିଲା ।

ସେପଟେ ଏହି ମାମଲାରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଦର୍ଶାଇ ଇସ୍ତଫା ଦାବି କରିଥିଲେ ବିରୋଧୀ ।

Get real time updates directly on you device, subscribe now.