fbpx

ବଦଳିଲେ ମମତା, ବଳଦାଇଲେ ନିଷ୍ପତ୍ତି

AAKASH

ପଶ୍ଚିମବଙ୍ଗ: ଶେଷରେ ରାଜି ହେଲେ ମମତା । ଚଳିତବର୍ଷ ନିତି ଆୟୋଗ ବୈଠକରେ ମମତା ବାନାର୍ଜୀ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି । ଆସନ୍ତା ଅଗଷ୍ଟ ୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିଦିଙ୍କ ଯୋଗ ଦେବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି ।

ମୋଦୀଙ୍କ ଦ୍ୱାରା ଡକା ଯାଇଥିବା ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ଏହି ବୈଠକର ଅଧ୍ୟକ୍ଷତା ନରେନ୍ଦ୍ର ମୋଦୀ କରିବେ । ତେବେ ଏହି ବୈଠକ ରେ କୃଷି, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ଉପରେ ଆଲୋଚନା ହେବ ବୋଲି ସରକାରୀ ସୁତ୍ରରୁ ପ୍ରକାଶ ପାଇଛି ।

ତେବେ ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପରେ ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଜଗଦୀପ ଧନଖଡଙ୍କ ନାମ ଦେଇଥିବା ବେଳେ ବିରୋଧୀ ମାନେ ମାର୍ଗେରେଟା ଆଲଭାଙ୍କ ନାମ ଘୋଷଣା କରିଛି । ଜଗଦୀପ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ ଏବଂ ଚଳିତ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ମମତା ସେହି ସମୟରେ ମୋଦୀଙ୍କୁ ଭେଟିବାକୁ ଯାଉଛନ୍ତି ଯେତେବେଳେ ତାଙ୍କର ଜଣେ ମନ୍ତ୍ରୀ ଶିକ୍ଷକ ନିଯୁକ୍ତି ସ୍କାମରେ ଗିରଫ ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସଠିକ ପଦକ୍ଷପ ନ ଆସିଥିବା ବେଳେ ମମତା ଏହି ନିତି ଆୟୋଗ ବୈଠକରେ ଯୋଗ ଦେଉଛନ୍ତି ନା ପୂର୍ବ ବର୍ଷ ଭଳି ଅନୁପସ୍ଥିତ ରହୁଛନ୍ତିି ତାହା ଉପରେ ସମସ୍ତଙ୍କ ନଜର ।

Get real time updates directly on you device, subscribe now.